ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଜୁଆ ଆଡ୍ଡା ଉପରେ ଚଢାଉ, ୭୭ ହଜାର ୧୮୦ ଟଙ୍କା ଜବତ, ୧୨ ଜୁଆଡି ଗିରଫ

ଖଲ୍ଲିକୋଟ, ୧୯।୯ : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ। ବିଭିନ୍ନ ଜୁଆ ଆଡ୍ଡା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଗଞ୍ଜାମ ଏସପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ଥାନା ଅଧିନ ବଡ଼କାଇଞ୍ଚପୁରରେ ଜୁଆ ଆଡ୍ଡା ଚାଲିଥିବା କୌଣସି ପ୍ରକାରେ ସୂଚନା ପାଇ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ସମେତ ପୋଲିସ କର୍ମଚାରୀ ଅଚାନକ ଚଢ଼ାଉ କରିଥିଲେ। 

ଚଢ଼ାଉ ବେଳେ ୧୨ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ୭୭ ହଜାର ୧୮୦ ଟଙ୍କା ଜବତ ହୋଇଛି। ଏହା ସହ ୧୦ଟି ମୋବାଇଲ ଫୋନ ଓ ୪ ଗାଡି ଜବତ କରିଛି ଗଞ୍ଜାମ ପୋଲିସ। ଏନେଇ ଗଞ୍ଜାମ ଥାନାରେ ଏକ ମାମଲା ରୁଜୁ କରି ଜୁଆଡିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହିପରି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.