ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଶ୍ରୀଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ, ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରୁଛନ୍ତି ଭକ୍ତ

ବ୍ରହ୍ମଗିରି,୨୩/୦୬: ଆଜିଠୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ପୀଠରେ ଅଣସର ଦର୍ଶନ । ୧୩ ଦିନ ଧରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପରେ ଭକ୍ତଙ୍କୁ ଦର୍ଶନ କରୁଛନ୍ତି । 

ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର, ବିଗ୍ରହ, ସିଂହଦ୍ୱାରରେ ଦୁଇ ସିଂହ  ସହ ଆନନ୍ଦ ବଜାରକୁ ରଙ୍ଗ ବେରଙ୍ଗ  ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।  ଅଣସର ସମୟରେ ପ୍ରତିଦିନ ହଜାର  ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଆଶଙ୍କା  କରାଯାଉଛି । ଶୃଙ୍ଖଳିତ ଦର୍ଶନ ନିମନ୍ତେ  ପ୍ରଶାସନ ତରଫରୁ ବ୍ୟାରିକେଡ୍‌ର ବ୍ୟବସ୍ଥା  ହୋଇଛି । ଯାନବାହନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା କରାଯାଇଛି । ଗୋପଛକ ମୁଖ୍ୟ  ରାସ୍ତାଠାରୁ ଭକ୍ତମାନେ ଚାଲି ଚାଲି ଯିବାକୁ  ବ୍ୟବସ୍ଥା ହୋଇଥିବା ବେଳେ ଭିଆଇପି,  ଭିଭିଆଇପିଙ୍କ ଯାନବାହନ ଯାତ୍ରୀନିବାସ ଠାରେ ରହିବା ପାଇଁ ସ୍ଥିର ହୋଇଛି ।  

ସାଧାରଣ ଶ୍ରଦ୍ଧାଳୁଙ୍କ ୩ ଓ ୪ଚକିଆ  ଯାନ ଚନ୍ଦନ ପୋଖରୀ ନିକଟରେ ପାର୍କିଂର  ବ୍ୟବସ୍ଥା କରାଯାଇଛି । ଅଲାରପୁର ଗାଁ  ଭିତର ଦେଇ ଇଣ୍ଡିଆନ୍‌ ଓଭରସିଜ୍‌  ବ୍ୟାଙ୍କଠାରେ ରାଜରାସ୍ତାକୁ ଯାନବାହନ  ବାହାରିବ ଓ ଅନ୍ୟପଟରେ ଅଲାରପୁର  ଭୋଇସାହି ରାସ୍ତାରେ ବ୍ରହ୍ମଗିରି ଦେଇ  ଯାନବାହନ ରାଜରାସ୍ତାକୁ ବାହାରିବା ପାଇଁ  ସ୍ଥିର କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି  ଜଣେ ଆଡିସ୍‌ନାଲ ଏସ୍‌ପି, ୨ଜଣ ଡିଏସ୍‌ପି, ଜଣେ ଏସ୍‌ଡିପିଓ, ୪ଜଣ ଇନିସ୍‌ପେକ୍ଟର,  ୯ ପ୍ଲାଟୁନ୍‌ ପୁଲିସ ଫୋର୍ସଙ୍କ ମଧ୍ୟରୁ ୨ ପ୍ଲାଟୁନ୍‌ ମହିଳା ଫୋର୍ସ,  ୫୦ଜଣ ହୋମଗାର୍ଡ, ୬ଜଣ ଟ୍ରାଫିକ ପୁଲିସଙ୍କ ସହିତ ୨ ପ୍ଲାଟୁନ୍‌  ସାଦା ପୋଷାକଧାରୀ ପୁଲିସ ମୁତୟନ ରହିବେ ବୋଲି ବ୍ରହ୍ମଗିରି  ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର ଜଣାଇଛନ୍ତି ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ, ଅଗ୍ନିଶମ, ପାନୀୟ ଜଳ ଯୋଗାଣ ବିଭାଗ  ତରଫରୁ ଉତ୍ତମ ସେବା ଯୋଗାଇବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଅଲାରପୁର ଗାଁ ସମେତ ମନ୍ଦିର  ଚାରିପାଖରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅଣସର ଦର୍ଶନ ବେଳେ ଅତ୍ୟଧିକ ଗରମରୁ ଭକ୍ତଙ୍କୁ  ସୁରକ୍ଷା ଦେବା ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା ହୋଇଛି । ଭକ୍ତମାନେ  ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଆବଶ୍ୟକ ସ୍ଥଳେ  ଗହଳିକୁ ନଜରରେ ରଖି ଭକ୍ତମାନେ ଅର୍ଗଳି ନିକଟରୁ ଦର୍ଶନ  କରି ଫେରିବେ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.