ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆମେରିକାରେ ଶିଶୁ ଓ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରୁଥିଲେ ଭାରତୀୟ ଡାକ୍ତର, ହାର୍ଡ ଡ୍ରାଇଭରୁ ୧୩ ହଜାର ଭିଡିଓ ଜବତ…

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ଏବେ ସାମ୍ନାକୁ ଆସିଛି  । ଏଠାରେ ଜଣେ ଭାରତୀୟ ଡାକ୍ତରଙ୍କ କାର୍ଯ୍ୟ ଦେଶକୁ ଲଜ୍ଜିତ କରିଛି । ଏହି ଡାକ୍ତର ଜଣକ ମହିଳା ଏବଂ ଶିଶୁଙ୍କ ନଗ୍ନ ଭିଡିଓ କରିଥିବା ଅଭିଯୋଗ ହୋଇଛି । ଅଗଷ୍ଟ ୮ ରେ ଆମେରିକା ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଡାକ୍ତର ହେଲେ ଓମାୟର ଏଜାଜ । ୪୦ ବର୍ଷିୟ ଓମାୟର ଏଜାଜ ଦୁଇ ବର୍ଷରୁ ଅଧିକ ଶିଶୁ ଏବଂ ମହିଳାଙ୍କ ଶହ ଶହ ନଗ୍ନ ଫଟୋ ଏବଂ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି । ଏକାଧିକ ଯୌନ ଅପରାଧ ଅଭିଯୋଗରେ ତାଙ୍କୁ ୨ ମିଲିୟନ ଆମେରିକୀୟ ଡଲାରର ବଣ୍ଡରେ ଆମେରିକାର ଜେଲରେ ରଖାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଡାକ୍ତର ବାଥରୁମ, ପୋଷାକ ବଦଳୁଥିବା ସ୍ଥାନ, ଡାକ୍ତରଖାନା କୋଠରୀ ଏବଂ ଏପରିକି ତାଙ୍କ ଘରେ ଅନେକ ଲୁକ୍କାୟିତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ବିଭିନ୍ନ ପୋଷାକ ବଦଳୁଥିବା ସମୟରେ ୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ବିଭିନ୍ନ ଅବସ୍ଥାର ଭିଡିଓ କରୁଥିଲେ । ଯେତେବେଳେ ତାଙ୍କ ପତ୍ନୀ ପୋଲିସକୁ ଭିଡିଓ ସମେତ ପ୍ରମାଣ ହସ୍ତାନ୍ତର କରିଥିଲେ ସେତେବେଳେ ଅଧିକାରୀମାନେ ଡାକ୍ତରଙ୍କ ଅପରାଧ ବିଷୟରେ ଅବଗତ ହୋଇଥିଲେ । ଗିରଫ ପୂର୍ବରୁ ଓମାୟର ଏଜାଜଙ୍କର କୌଣସି ଅପରାଧିକ ରେକର୍ଡ ନଥିଲା । ଓକଲ୍ୟାଣ୍ଡ କାଉଣ୍ଟି ସରିଫ ମଙ୍ଗଳବାର କହିଛନ୍ତି ଯେ, ଅଭିଯୁକ୍ତ ଡାକ୍ତର ଚେତାଶୂନ୍ୟ କିମ୍ବା ଶୋଇଥିବା ଏକାଧିକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।

ଏଜାଜଙ୍କର ଅପରାଧକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ । ଶେରିଫ୍ ମାଇକ୍ ବୁଚାର୍ଡ କହିଛନ୍ତି ଯେ ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ପ୍ରାୟ ଏକ ମାସ ସମୟ ଲାଗିବ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ଆମେରିକାର ମିଚିଗାନର ଓକଲ୍ୟାଣ୍ଡ ଜିଲ୍ଲାର ରୋଚେଷ୍ଟର ହିଲ୍ସରେ ଥିବା ତାଙ୍କ ଘରେ ମିଳିଥିବା ହଜାର ହଜାର ଭିଡିଓର ଅନୁସନ୍ଧାନକାରୀ ମାନେ ସମୀକ୍ଷା କରୁଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯାଂଚ ସମୟରେ ଡାକ୍ତରଙ୍କ ହାର୍ଡ ଡ୍ରାଇଭରୁ ୧୩ ହଜାର ଭିଡିଓ ଉଦ୍ଧାର କରାଯାଇଛି । ପୋଲିସ୍ ଅଧିକାରୀ କହିଛନ୍ତି, 'ଅତ୍ୟାଚାର ଏତେ ବଡ ଏବଂ ବିକୃତି ଏତେ ବଡ ଯେ ଆମେ ଏହାର ମୁଳ ଆଡକୁ ଯିବାକୁ ଚେଷ୍ଟା କରୁଛୁ। ତାଙ୍କ ଘରୁ କମ୍ପ୍ୟୁଟର, ଫୋନ୍ ଏବଂ ଅନ୍ୟ ୧୫ ଟି ଉପକରଣ ମଧ୍ୟ ଜବତ କରାଯାଇଛି। ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ସେ ହୁଏତ କ୍ଲାଉଡ୍ ଷ୍ଟୋରେଜ୍ ରେ ଭିଡିଓ ଅପଲୋଡ୍ କରିଥିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.