ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଟକ ଓ ସମ୍ବଲପୁର ଜିଲ୍ଲାରେ ୧୪୪ଧାରା ଜାରି

ଭୁବନେଶ୍ବର, ୨୪/୫ :  ସମଗ୍ର କଟକ ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଛି । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ୧୪୪ଧାରା ଜାରି କଲେ ଜିଲ୍ଲାପାଳ । ମତଦାନ କେନ୍ଦ୍ରର ୨୦୦ମିଟର ଭିତରେ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ଏକାଠି ହୋଇପାରିବେନି ୫ରୁ ଅଧିକ ଲୋକ । ମତଦାନ କେନ୍ଦ୍ରର ୧୦୦ମିଟର ଭିତରେ ଫୋନ୍ ବ୍ୟବହାର ଉପରେ କଟକଣା କରାଯାଇଛି । ସେହିଭଳି ମତଦାନ କେନ୍ଦ୍ର ନିକଟରେ ସେଲୁଲାର, କର୍ଡଲେସ ଫୋନ୍ ବ୍ୟବହାର ଉପରେ ନିଷେଧାଦେଶ ରହିଛି । ଜିଲ୍ଲାର ୬୧୬ଉତ୍ତେଜନା ପ୍ରବଣ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ । 

ଅନ୍ୟପଟେ ନିର୍ବାଚନକୁ ଆଖିରେ ରଖି ସମ୍ବଲପୁରରେ ସମାନ ଭାବେ ୧୪୪ଧାରା ଲାଗୁ କରାଯାଇଛି । ଆଜି ସକାଳୁ ୨୬ତାରିଖ ସକାଳ ୧୦ଟା ଯାଏଁ ୧୪୪ଧାରା ଲାଗୁ ହୋଇଛି । ଜିଲ୍ଲାରେ ସମୁଦାୟ ୨୮୦୦ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ଏହାସହ ୧୨କମ୍ପାନୀ ସିଆରପିଏଫ, ରାଜ୍ୟ ପୋଲିସର ୧୫ପ୍ଲାଟୁନ ଫୋର୍ସ,  ଛତିଶଗଡର ୪୦୦ପୋଲିସ କର୍ମଚାରୀ, ୩ପ୍ଲାଟୁନ ଏସଓଜି ମୁତୟନ ହୋଇଛନ୍ତି । ଜିଲ୍ଲାରେ ୧୭ଟି ଚେକ ପୋଷ୍ଟ କରାଯାଇଥିବାବେଳେ ଚେକିଂ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.