ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାର ସହ ୧୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୮।୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସେହି କାର ରୁ ପନ୍ଦର କିଲୋ ଗଞ୍ଜେଇ ଜବତ  କରିଛି।  ଏଥି ସହ ଏହି ଘଟଣାରେ ଦୁଇ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି I 

  ଫିରିଙ୍ଗିଆା ପୁଲିସ ଫୁଲବାଣୀ ବାଲିଗୁଡା ରାସ୍ତାର ଟେଲାପାଲି ଛକ ନିକଟ ରେ ଗାଡି ଚେକିଂ କରୁଥିଲେ। ଏହି ସମୟରେ ଫିରିଙ୍ଗିଆ ଠାରୁ ଫୁଲବାଣୀ ପଟକୁ ଯାଉଥିବା ଏହି କାର ଟିକୁ ଅଟକାଇ ଯାଞ୍ଚ କରିଥିଲେ I ଯାଞ୍ଚ ସମୟରେ ଉକ୍ତ କାର ର ପଛପଟ ଡ଼ିକିରେ ଏକ ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ I ପରେ କାର ସହ ଜବତ ଗଞ୍ଜେଇ ଓ ଅଭିଯୁକ୍ତ ବ୍ୟକ୍ତି କୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ତେବେ ଗିରଫ ଅଭିଯୁକ୍ତ ମାନେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଗାଁ ର    ସୁନୀଲ ପାଣିଗ୍ରାହୀ ଓ   ବବଲୁ ବରାଡ଼   ।  ଶନିବାର ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଜବତ ଗଞ୍ଜେଇ ଓ କାର ସହ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I ଅନ୍ୟପଟେ ଗିରଫ ବ୍ୟକ୍ତି ମାନେ ଏହି ଫିରିଙ୍ଗିଆ ଅଂଚଳରେ କଉଠୁ ଗଞ୍ଜେଇ ନେଉଥିଲେ କିଏ ତାକୁ ଏହି ଗଞ୍ଜେଇ ଯୋଗାଉ ଥିଲା ତାହାର ମଧ୍ୟ୍ୟ ପୋଲିସ ସନ୍ଧାନ ପାଇ ସାରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ୍ୟ ଧରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.