ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସୌରଶକ୍ତିରେ ଚାଲିବ ୧୫୦ ଡାକ୍ତରଖାନା, ଓରେଡାକୁ ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୨୨/୦୬: ରାଜ୍ୟରେ ୧୦୦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର  (ପିଏଚ୍‌ସି) ଓ ୫୦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଲାଗିବ ସୌର ପ୍ୟାନେଲ । ସୌରଶକ୍ତିରୁ ଉତ୍ପାଦିତ ବିଜୁଳିରେ ଏହି  ସ୍ୱାସ୍ଥ୍ୟକେନ୍ଦ୍ରଗୁିକ କାମ କରିବ । ଏଥିପାଇଁ  ଖୁବ୍‌ଶୀଘ୍ର ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା  (ଓରେଡା) ପକ୍ଷରୁ କାମ ଆରମ୍ଭ ହେବ । ଆଗକୁ ୪୦୫ ପିଏଚ୍‌ସି ଓ ୧୩୩ ସିଏଚ୍‌ସି ମଧ୍ୟ ସୌରଶକ୍ତିରେ ଚାଲିବ ବୋଲି ସ୍ଥିର ହୋଇଛି । ଏହିକ୍ରମରେ ବିଭିନ୍ନ ବିଭାଗର କେଉଁସବୁ ଅଫିସରେ ସୌରଶକ୍ତି  ବ୍ୟବସ୍ଥା କରାଯିବ ତା’ର ତାଲିକା ଦେବାକୁ  କୁହାଯାଇଥିଲା । 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ୧୫୦ ସ୍ୱାସ୍ଥ୍ୟକେନ୍ଦ୍ରର ତାଲିକା ଓରେଡାକୁ  ପ୍ରଦାନ କରାଯାଇଛି । ଏ ବାବଦକୁ ପାଣ୍ଠି  ଆଦିବାସୀ ଅଞ୍ଚଳ ଯୋଜନା ପାଣ୍ଠି ଓ  ଅନୁସୂଚିତ ଜାତି ଯୋଜନା ପାଣ୍ଠିରୁ ଖର୍ଚ୍ଚ  କରିବାକୁ ସରକାର ଅନୁମତି ଦେଇଛନ୍ତି ।  କଟକ ଜିଲ୍ଲାରେ ୪, ଗଜପତିରେ ୧୬,  କନ୍ଧମାଳରେ ୨୫, କୋରାପୁଟରେ ୧୫,  ମାଲକାନଗିରିରେ ୨୨, ମୟୂରଭଞ୍ଜରେ  ଗୋଟିଏ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଏହି  ସୌରଶକ୍ତି ପାଇଁ ବ୍ୟବସ୍ଥା କରାଯିବ ।  

ସେହିଭଳି ନବରଙ୍ଗପୁରରେ ୪୯,  ନୂଆପଡ଼ାରେ ଗୋଟିଏ, ରାୟଗଡ଼ାରେ  ୧୭ଟି କେନ୍ଦ୍ରରେ ଓରେଡା ପକ୍ଷରୁ ସୌର  ପ୍ୟାନେଲ ବସାଯିବ । ଏହାଦ୍ୱାରା ଏହି  କେନ୍ଦ୍ରଗୁଡ଼ିକରେ ବିଜୁଳି ବ୍ୟବହାର  କମିବ । ଆଗକୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ  ସମ୍ପୂର୍ଣ୍ଣ ସୌରଶକ୍ତିରେ ପରିଚାଳିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.