ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତିବ୍ଦତର ଗ୍ଲାସିୟରରୁ ମିଳିଲା ୩୩ ଭାଇରସ୍: ଭାରତ, ଚୀନ୍ ଓ ମିଆଁମାରକୁ ବିପଦ, ସଂକ୍ରମିତ ହେଲେ ଚିକିତ୍ସା ଅସମ୍ଭବ

ନୂଆଦିଲ୍ଲୀ,୬।୨: ତିବ୍ଦତରେ ଏଭଳି ବହୁ ଗ୍ଲାସିୟର ରହିଛି, ଯାହାକି ଦ୍ରୁତ ଗତିରେ ତରଳିବାରେ ଲାଗିଛି। ସେଠାରେ ୧୫ ହଜାର ବର୍ଷ ପୁରୁଣା ଭାଇରସ୍ ମିଳିଛି। ଏହି ଭାଇରସ୍  ଭାରତ, ଚୀନ୍ ଓ ମିଆଁମାରୀ ଭଳି ଦେଶ ପାଇଁ ବିପଦ ପାଲଟିପାରେ। ଏହି ପ୍ରାଚୀତ ଭାଇରସ୍ ସଂକ୍ରମଣର ‌କୌଣସି ଚିକିତ୍ସା ଏପର୍ଯ୍ୟନ୍ତ ବି ସମ୍ଭବ ହୋଇପାରିନି। ପୁରା ଦୁନିଆରେ ଫର୍ମାଫ୍ରଣ୍ଟ ତରଳିବାରେ ଲାଗିଛି। ପ୍ରାଚୀନ ଜୀବ, ଭାଇରସ୍, ବ୍ୟାକ୍ଟେରିଆ ଭଳି ଜିନିଷ ବାହାରୁଛି। 

ଏହା କୌଣସି ହରର ଫିଲ୍ମର ସିନ୍ ନୁହେଁ, ସତ କଥା। ଗ୍ଲାସିୟର ଓ ପର୍ମାଫ୍ରଷ୍ଟ ତରଳିବା କାରଣରୁ ବୁଲି ରାଇନୋଠାରୁ ନେଇ ୪୦ ହଜାର ବର୍ଷ ପୁରୁଣା ବିଶାଳକାୟ ଗଧିଆ ଓ ୭.୫୦ ଲକ୍ଷ ବର୍ଷ ପୁରୁଣା ବ୍ୟାକ୍ଟେରିଆ ବାହାରିଥିବାର ଜଣାପଡିଛି।  ଶହ ଶହ ବର୍ଷ ପୁରୁଣା ମୋସ୍(ଏକ ଉଦ୍ଭିଦ)ରେ ବୈଜ୍ଞାନିକମାନେ ଲ୍ୟାବ୍‌ରେ ଟେଷ୍ଟିଂ ବେଳେ ତା ଭିତରେ ୪୨ ହଜାର ବର୍ଷ ପୁରୁଣା ରାଉଣ୍ଡଓ୍ବାର୍ମ ବାହାକୁ ଚିହ୍ନଟ କରିଛନ୍ତି।

ତେବେ ବୈଜ୍ଞାନିକମାନେ ତିବ୍ଦତର ମାଳଭୂମିରେ ଥିବା ଗୁଲିୟା ଆଇସ କ୍ୟାପ୍ ନିକଟରୁ ୧୫ ହଜାର ବ‌ର୍ଷ ପୁରୁଣା ଭାଇରସ୍ ଖୋଜିଛନ୍ତି। ତାହା ମଧ୍ୟ ଏକ ପ୍ରଜାତିର ନୁହେଁ, ବଂର ବହୁ ପ୍ରଜାତିର ରହିଛି। ଓହାୟୋ ଷ୍ଟେଟ୍ ୟୁନିଭର୍ସିଟିର ମାଇକ୍ରୋ ବାୟୋଲୋଜିଷ୍ଟ ଝି-ପିଙ୍ଗ ଝାଙ୍ଗ କହିଛନ୍ତି, ଏହା ମଣିଷ ପାଇଁ ଯେ କୌଣସି ସମୟରେ ବିପଦ ସୃଷ୍ଟି କରିପାରେ।

ଏହି ଭାଇରସ ସମୁଦ୍ର ପୃଷ୍ଠଠାରୁ ୨୨ ହଜାର ଫୁଟ୍‌ ଉଚ୍ଚରେ ଚୀନ୍‌ରେ ତିବ୍ଦତର ତରଳୁଥିବା ଗ୍ଲାସିୟର ତଳେ ମିଳିଛି। ବୈଜ୍ଞାନିକମାନେ ୩୩ ପ୍ରକାର ଭାଇରସ୍ ଖୋଜି ବାହାର କରିଛନ୍ତି।  ଯାହା ଭିତରୁ ୨୮ଟି ବିଷୟରେ ପୁରା ଦୁନିଆକୁ କିଛି ଜଣା ନାହିଁ। ଏହା ପୂର୍ବରୁ କେବେ ଦେଖିବାକୁ ମିଳିନି। ଅର୍ଥାତ ଏହାର ସଂକ୍ରମଣ ହେଲେ, ତାକୁ ଚିକିତ୍ସା କରିବା ସମ୍ଭବ ନୁହେଁ। ଓହିଓ ଷ୍ଟେଟ୍ ୟୁନିଭର୍ସିଟି ଅନ୍ୟ ଜଣେ ବୈଜ୍ଞାନିକ ମାଥ୍ୟୁ ସୁଲିଭନ୍ କହିଛନ୍ତି, ଏହି ଭାଇରସ୍ ଚରମ ସ୍ଥିତିରେ ନିଜର ଜୀବନ ବିତାଇଛି। ଏହା ଏବେ କୌଣସି ପ୍ରକାର ତାପମାତ୍ରା ଓ ପାଣିପାଗକୁ ସହି ପାରିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.