ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉପାନ୍ତ ଭୋଟରଙ୍କ ମନରେ ବିକାଶର କ୍ଷୋଭ, ଭୋଟ୍ ବର୍ଜନ କଲେ ୧୬ଖଣ୍ଡ ଗାଁ

ଭବାନୀପାଟଣା, ୧୩।୫ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ଭୋଟିଂ। ତେବେ ଦୁର୍ଗମ ଓ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ଗାଁରେ ଭୋଟରଙ୍କ ମନରେ ରହିଛି ବିକାଶର କ୍ଷୋଭ। ଏଥିପାଇଁ ୧୬ଖଣ୍ଡ ଗାଁ ଆଜି ସମୂହ ଭୋଟ୍ ବର୍ଜନ କରିଛନ୍ତି। 

ସୂଚନାନୁଯାୟୀ, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ସୋମବାର ସକାଳୁ ମତଦାନ ଆରମ୍ଭ ହୋଇଛି। ମାତ୍ର ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୌଳିକ ସୁବିଧା ଓ ବିକାଶରୁ ବଞ୍ଚିତ ଅଭିଯୋଗ କରି ପ୍ରାୟ ୧୬ରୁ ଅଧିକ ଗାଁ ଭୋଟ ବର୍ଜନ କରିଛନ୍ତି। ସ୍ବାଧୀନତା ପରଠାରୁ ଏମାନେ ବିକାଶ ଅପେକ୍ଷାରେ ରହିଛନ୍ତି। ଅଞ୍ଚଳ ପ୍ରତି ସରକାରୀ କଳ ଓ ସ୍ଥାନୀୟ ନେତୃତ୍ୱ ଠକି ଚାଲିଛନ୍ତି। ଭୋଟ ପରେ ନେତା କିମ୍ବା ପ୍ରସାଶନିକ ବାବୁଙ୍କ ପାଦ ଗାଁରେ ପଡେ ନାହିଁ। ଏଥର ନିର୍ବାଚନରେ ଭୋଟ ବର୍ଜନ କରିଥିବା ଗାଁ ଗୁଡ଼ିକ ହେଲା ବାରଗୁଡା, ସରଗୁଡା, ପଟାଙ୍ଗ ପଦର, ପଣସ ଗୁଡା, ତୁଆନାର, ସାନଖାଲଗୁଡା, ସିରକିଝୋଲା, ସାତଟା ଗାଁ  ଓ ଯୁଗସାଇପାଟଣା ପଞ୍ଚାୟତ ସଲପାଙ୍ଗ ବୁଥ୍ ନମ୍ବର ୩୪, ଖୋଜୁରଗୁଡା, କାଦୃସରୁ, ବଣ୍ଡମା, କାଟିଲଙ୍ଗ, ସଲପାଙ୍ଗ ବୁଥ ନଂ ୫। ଏହି ପଞ୍ଚାୟତରେ ଲାଗିରହିଛି ପାନୀୟ ଜଳ, ବିଜୁଳି, ଗମନାଗମନ, ନେଟଓ୍ବାର୍କ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ସମସ୍ୟା । ଦେଶ ଆଗେଇଛି, ହେଲେ ଏମାନେ ପଛରେ ରହିବଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଭୋଟ ବର୍ଜନ ପରେ ପ୍ରଶାସନ ଅଞ୍ଚଳ ପ୍ରତି କଣ ଗୁରୁତ୍ଵ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.