ନୂଆଦିଲ୍ଲୀ, ୧୬/୦୯: ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାର ଛାନଭିନ୍ କରୁଥିବା ଇଡି ସ୍କାନରରେ ବଲିଉଡ୍ ତାରକା । ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିବର୍ଷ ଫେବ୍ରୁଆରୀରେ ଦୁବାଇରେ ବିବାହ କରିଥିଲେ । ଆଉ ଉକ୍ତ ବିବାହରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି ।
ଆଉ ଏହି ହାଇପ୍ରୋଫାଇଲ୍ ଉତ୍ସବରେ ସାମିଲ୍ ହୋଇଥିଲେ ବଲିଉଡର ଏକାଧିକ ତାରକା । ସେଭେନ୍ ଷ୍ଟାର୍ ହୋଟେଲରେ ରହିବା ସହ ବିବାହ ଉତ୍ସବରେ ଡ୍ୟାନ୍ସ କରିବା ଲାଗି ନେଇଥିଲେ କୋଟି କୋଟି ଟଙ୍କା । ଏବେ ଏହି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁବାଇ ବିବାହରେ ସାମିଲ୍ ହୋଇଥିବା ପ୍ରାୟ ୧୭ ଜଣ ବଲିଉଡ୍ ତାରକାଙ୍କୁ ସମନ୍ କରିବ ବୋଲି ଜଣାପଡ଼ିଛି ।
ଋଷରେ କିମ୍ ଜୋଙ୍ଗ ଉନ୍ ଦେଖିଲା ଘାତକ ଯୁଦ୍ଧାସ୍ତ୍ର, ମିସାଇଲ୍ ଜ୍ଞାନକୌଶଳରେ ଉତ୍ତର କୋରିଆକୁ ସହାୟତା କରିବ ମସ୍କୋ !
ଇଡିର ତାଲିକାରେ ଟାଇଗର ର୍ଶଫ, ସନି ଲିଓନ୍, ଅତିଫ୍ ଅସଲମ, ରାହତ ଫତେହ ଅଲୀ ଖାନ୍, ଅଲୀ ସାଗର, ଭିଷାଲ ଦଦଲାନି, ଏଲୀ ଆବ୍ରାହମ୍, ଭାରତୀ ସିଂହ, ଭାଗ୍ୟଶ୍ରୀ, କିର୍ତ୍ତୀ ଖରବାନ୍ଦା, ନୁସରତ ଭାରୁଛ, ସୁଖିୱିନ୍ଦର ସିଂ ପ୍ରମୁଖ ରହିଛନ୍ତି ।
ମହାଦେବ ବୁକ୍ ଆପ୍ ହେଉଛି ଏକ ଅନଲାଇନ୍ ବେଟିଂ ପ୍ଲାଟଫର୍ମ । ଯାହାର ତଦନ୍ତ ଏବେ ଇଡି ସହ ଏକାଧିକ ରାଜ୍ୟର ପୋଲିସ କରୁଛି । ଇଡିକୁ ମିଳିଥିବା ଡିଜିଟାଲ୍ ପ୍ରମାଣ ଅନୁସାରେ, ହାୱଲା ମାଧ୍ୟମରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ୧୧୨ କୋଟି ଆସିଛି । ଯାହାକି ହୋଟେଲ୍ ବୁକିଂ ଲାଗି ଖର୍ଚ୍ଚ ହୋଇଛି । ଯେତେବେଳେ କି ୪୨ କୋଟିର ନଦଗ କାରବାର ହୋଇଛି ।
ଦାଦାଙ୍କ ନୂଆ ଇଂନିସ୍, ଏବେ ଟାଟା ଓ ମିତ୍ତଲଙ୍କୁ ଦେବେ ଟକ୍କର
ଏହା ପୂର୍ବରୁ ଭାଇରାଲ୍ ଭିଡିଓରେ ସୌରଭ ଚନ୍ଦ୍ରକରଙ୍କ ବାହାଘରରେ ବଲିଉଡ୍ ତାରକାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଏବେ ସେହି ବଲିଉଡ୍ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀଙ୍କୁ ଇଡି ସ୍କାନରରେ ରଖିଛି । ବିବାହ ଉତ୍ସବରେ ସାମିଲ୍ ବଲିଉଡ୍ ତାରକା କୋଟି କୋଟି ଟଙ୍କା ନେଇଥିବା କୁହାଯାଉଛି । ଏହି ମାମଲାରେ ଏଯାବତ୍ ଇଡି ୪୧୭ କୋଟିର ବ୍ୟାଙ୍କ ଜମା ଓ ସମ୍ପତ୍ତି ଫ୍ରିଜ୍ କରିଛି ।