ନୂଆଦିଲ୍ଲୀ,୨୧।୮: କେରଳର ଓ୍ବାଇନାଡ ଭୂସ୍ଖଳନ ଘଟଣା ୧୭ ପରିବାରର ଜଣେ ବି ସଦସ୍ୟ ବଞ୍ଚି ନାହାନ୍ତି। ଏନେଇ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ସେ କହିଛନ୍ତି ଭୂସ୍ଖଳରେ ଏବେ ବି ୧୧୯ ଜଣ ନିଖୋଜ ଅଛନ୍ତି। ତାଙ୍କର ୯୧ ଜଣ ସମ୍ପର୍କୀୟଙ୍କ ଡିଏନ୍ଏର ନମୁନା ନିଆଯାଇ ଯାଞ୍ଚ ପାଇଁ ପଠାଯାଇଛି। ବିଜୟନ ମଙ୍ଗଳବାର କହିଛନ୍ତି, ଓ୍ବାଇନାଡ ଜିଲ୍ଲାରେ ଭୂସ୍ଖଳନ ପୀଡିତଙ୍କୁ ପୁଃନର୍ବାସ ପାଇଁ ପଦକ୍ଷେପ ଉଠାଯାଉଛି। ଏହା ଅନୁସାରେ ବ୍ୟାଙ୍କ ୩୦ ଜୁଲାଇ ପରେ ପୀଡିତଙ୍କ ଖାତାରୁ କଟାଯାଇଥିଲା ମାସିକ କିସ୍ତି ଫେରାଇ ଓ ଏହାର ଋଣ ପୁଃନ ନିର୍ଦ୍ଦାରଣ କରିବାର ନିଷ୍ପତ୍ତି ନେଇଛି।
ବିଜୟନ କହିଛନ୍ତି, ବ୍ୟାଙ୍କ ଭୂସ୍ଖଳ ପ୍ରଭାବିତ ଲୋକଙ୍କ ଦ୍ବାରା ନିଆଯାଇଥିବା ଋଣକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଛାଡ କରିବାର ପରାମର୍ଶ ନିଜ ନିର୍ଦେଶକ ମଣ୍ଡଳୀଙ୍କ ନିକଟରେ ରଖିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ସୋମବାର ଏଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ନିଆଯାଇଛି।
ବିଜୟନ କହିଛନ୍ତି, ୧୭ଟି ପରିବାରର କୌଣସି ସଦସ୍ୟ ବଞ୍ଚି ନାହାନ୍ତି। ଓ୍ବାଇନାଡର ମୁଡକଇ ଓ ଚୁରଲମାଲାରେ ୩୦ ଜୁଲାଇରେ ବଡ ପରିମାଣରେ ଭୂସ୍ଖଳନ କାରଣରୁ ଦୁଇଟି କ୍ଷେତରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଓ ଅନେକ ଆହତ ହୋଇଛନ୍ତି।