ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

କାରରୁ ୧୭ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ

ଫିରିଙ୍ଗିଆ,୨।୭ :  ଫିରିଙ୍ଗିଆ ଠାରୁ ବାଲିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ  ପୋଲିସ ଯାଞ୍ଚ କରି ଏକ କାରରୁ ୧୭ କିଲେ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା କାନପୁର ଥାନା କାଞ୍ଜିପଦା ଗାଁ ର ପ୍ରକାଶ ପ୍ରଧାନ

ପୁଲିସ ପାଟ୍ରୋଲିଂ  କରୁଥିବା ସମୟରେ ଫିରିଙ୍ଗିଆ ଠାରୁ ବାଲିଗୁଡା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ସନ୍ଦେହରେ ଗୋଡ଼ାଇ ଥିଲେ I ଦୁର୍ଭାଗ୍ୟ ବଶତଃ ଏହି ଫିରିଙ୍ଗିଆ ଠାରୁ ବାଲିଗୁଡା ମୁଖ୍ୟରାସ୍ତାର ମାସରୀପଡା ଛକ ନିକଟରେ କାରର ଆଗପଟ ଚକ ଫାଟିଯାଇଥିଲା I ଫଳରେ କାରଟି ରାସ୍ତାରେ ରହିଯାଇଥିବା ବେଳେ ପୋଲିସ କର୍ମଚାରୀ ମାନେ କାରଟିକୁ ଧରିପକାଇ ଥିଲେ I ଏହି ସମୟରେ କାର ରେ ଥିବା କେତେ ଜଣ ଫେରାର ହୋଇଯାଇଥିବା ବେଳେ ଜଣେ ପୋଲିସ ହାତରୁ ଖସି ପାରିନଥିଲା । ଫଳରେ ପୋଲିସ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା। କାରକୁ ଯାଞ୍ଚ କଲାପରେ କାର ଭିତରୁ ଏକ ବସ୍ତା ରେ ରଖାଯାଇଥିବା ସତର କିଲୋ ଗଞ୍ଜେଇ ପୋଲିସ ଜବତ କରିଥିଲା I ତେବେ ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା କାନପୁର ଥାନା କାଞ୍ଜିପଦା ଗାଁ ର ପ୍ରକାଶ ପ୍ରଧାନ । କାରଟି ଫିରିଙ୍ଗିଆ ଥାନା ମାସରୀପଡା ଅଂଚଳର ବୋଲି ଜଣାପଡିଛି I ଅନ୍ୟପଟେ ଏହି ଗଞ୍ଜେଇ ଚାଲାଣ ମାମଲାରେ ଦୁଇଜଣଙ୍କୁ ମଧ୍ୟ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛି।ଏହି ଗଞ୍ଜେଇ ଚାଲାଣ ଘଟଣାରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇ ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.