ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୧.୯ ବିଲିୟନ ଆଲୋକ ବର୍ଷ ଦୂରତାରେ ତାରାର ବିସ୍ଫୋରଣ , ପୃଥିବୀର ଓଜନ ସ୍ତର ହେଲା ପ୍ରଭାବିତ !

ନ୍ୟୁୟର୍କ : ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି, ଅନେକ ବିଲିୟନ ଆଲୋକ ବର୍ଷ ଦୂରତାରେ ଏକ ସୁପରନୋଭା ବିସ୍ଫୋରଣର ପ୍ରଭାବ ପଡ଼ିଥିଲା ପୃଥିବୀ ଉପରେ। ଏହା ଏତେ ଶକ୍ତିଶାଳୀ ଥିଲା ଯେ , ଏହା ପୃଥିବୀର ଓଜନ ସ୍ତରର କିଛି ଅଂଶକୁ ଅସ୍ଥାୟୀ ଭାବେ ନଷ୍ଟ କରି ଦେଇ ଥିଲା। ଘଟଣାଟି ୨୦୨୨ ମସିହାରେ ଘଟିଥିଲା। 

୯ ଅକ୍ଟୋବର, ୨୦୨୨ରେ ଟେଲିସ୍କୋପ ଉଚ୍ଚ ଶକ୍ତି ସଂପନ୍ନ ଫୋଟନର ଏକ ଜେଟ୍‌କୁ କଏଦ କରିଥିଲା , ଯାହାକି ପୃଥିବୀ ଆଡ଼କୁ ମାଡ଼ି ଆସୁଥିଲା। ଏହା ଥିଲା ୧.୯ ବିଲିୟନ ଆଲୋକ ବର୍ଷ ଦୂରତାରେ ଥିବା ସୁପରନୋଭାର ବିସ୍ଫୋରଣର ପ୍ରମାଣ। 

ଏମିତି ଆଷ୍ଟ୍ରୋନୋମିକାଲ ଘଟଣା ଗୁଡ଼ିକୁ ଗାମା-କିରଣ (ଗାମା ରେ ) କୁହନ୍ତି ଏବଂ ଯେଉଁ ଆଷ୍ଟ୍ରୋନୋମରମାନେ ଏହାକୁ ସଂପୂର୍ଣ୍ଣ ଭାବେ ଅଧ୍ୟୟନ କରିଛନ୍ତି ତାଙ୍କୁ ‘ବ୍ରାଇଟେଷ୍ଟ ଅଫ୍‌ ଅଲ ଦ ଟାଇମ୍‌’ କୁହାଯାଏ। 

ସଦ୍ୟ ଆବିଷ୍କାରରେ ଏହା ଜଣାପଡ଼ିଛି କି, ଏହି ବିସ୍ଫୋରଣ କାରଣରୁ ପୃଥିବୀର ବାୟୁମଣ୍ଡଳରେ ପ୍ରଭାବିତ ହେଉଛି। ଏଥିରେ ଥିବା ଆୟନାଇଡ କଣିକାର ସଂଖ୍ୟାରେ ପରିବର୍ତ୍ତନ ହୋଇଥିଲା, ଯେଉଁଥିରେ ଓଜନ ଅଣୁ ମଧ୍ୟ ସାମିଲ ଥିଲା। ଯାହାକି ଖୁବ୍‌ ହାନିକାରକ ସୌର ବିକିରଣ ( ସୋଲାର ରେଡିଏସନ)କୁ ସହଜରେ ଅବଶୋଷଣ କରିଥାଏ।

ରୋମରେ ନ୍ୟାସନାଲ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସଙ୍କ ମଧ୍ୟରେ ଜଣେ ଆଷ୍ଟ୍ରୋନୋମର ପେଟ୍ରୋ ଉବର୍ଟିନି ,ଯିଏ କି ବାୟୁମଣ୍ଡଳୀୟ ଘଟଣାର ଆବିଷ୍କାର ଦିଗରେ କାମ କରିୁଥିଲେ, ସେ କହିଛନ୍ତି ଉକ୍ତ ଘଟଣାରେ ଓଜନ ସ୍ତରର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇ ଥିଲା ବା ଅସ୍ଥାୟୀ ରୂପେ ନଷ୍ଟ ହୋଇ ଯାଇ ଥିଲା। 

ଏହି ଆବିଷ୍କାର , ଯାହା ମଙ୍ଗଳବାର ( ୧୪ ନଭେମ୍ୱର)ରେ ରିପୋର୍ଟରେ କରାଯାଇ ଥିଲା ଏବଂନେଚର କମ୍ୟୁନିକେଶନ୍ସ ଜର୍ନାଲରେ ପ୍ରକାଶିତ ହୋଇଥିଲା , ଏଥିରେ ଦର୍ଶାଯାଇ ଥିଲା କି କେମିତି ଆମର ସୌର ମଣ୍ଡଳ ଠାରୁ ଦୂରତା ଘଟିଥିବା ଏହି ବିସ୍ଫୋରଣରେ ବାୟମଣ୍ଡଳକୁ ପ୍ରଭାବିତ କରିବାର କ୍ଷମତା ରହିଛି। 

ଏବେ ଏଥିରୁ ଅନୁମେୟ ହେଉଛି । ସୌର ମଣ୍ଡଳ ଠାରୁ ଅନେକ ଦୂରତାରେ ଘଟିଥିବା ଘଟଣାର ପ୍ରଭାବ ବି ପୃଥିବୀ ଉପରେ ପଡ଼ିପାରେ । ଯାହାକି ଆମ ପାଇଁ ସତର୍କ ସୂଚନା ସ୍ୱରୂପ ବୋଲି ବୈଜ୍ଞାନିକମାନେ ଅନୁଭବ କରିଛନ୍ତି । 

 

Copyright © 2022 - Summa Real Media Private Limited. All Rights Reserved.