ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ଜିଲ୍ଲାରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ, ସମ୍ମାନିତ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି

ମାଲକାନଗିରି, ୦୩/୦୨ : ଭୁବନେଶ୍ବର ଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵରା ଉଦ୍ଘାଟିତ ହୋଇଛି। ଅନୁରୂପ ଭାବେ ମାଲକାନଗିରି ସଦର ବ୍ଲକ ପରିସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବର ସହ ଏହି କାର୍ଯ୍ୟକ୍ରମ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ଯୋଗ ଦେଇଛନ୍ତି।

ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୌରୀ ପଡ଼ିଆମି ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ମଞ୍ଚରେ ବୃହତ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଘାଟନର ସିଧାପ୍ରସାରଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ସାହିତ୍ୟିକ, ଲେଖକ, କବି, ଗବେଷକଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ସାହିତ୍ୟକ, ଗବେଷକ ଓ ଲେଖକ ଭାବେ ରତ୍ନାକର ଦାଶ, ଶିକ୍ଷାବିତ ଓ ଲେଖକ ଭାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, କେଶବ ଚନ୍ଦ୍ର ନାୟକ, ମନୋଜ କୁମାର ସାହୁ, ଭାରତୀ ଦେବୀ, ଭଗବାନ ହନ୍ତାଳ, ସଂଯୁକ୍ତା ନାୟକ, ରଞ୍ଜିତା ଦାସ, ସୁରମା ମହାରଥୀ, ପୁଷ୍ପା ରାଣୀ କବାସିଙ୍କୁ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ କବିମାନେ ନିଜର ସ୍ଵରଚିତ କବିତା ପାଠ କରିଥିଲେ ଏବଂ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀର ଆୟାଜନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ମଞ୍ଚ ପରିଚାଳନା ବିନାଶ ମିଶ୍ର କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ପ୍ରତାପ ନାୟକ ଓ ବ୍ଲକର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.