ଗୋଛାପଡ଼ା, ୦୪/୦୯ : ଫିରିଙ୍ଗିଆ ଏକଲବ୍ୟ ବିଦ୍ୟାଳୟରେ ସୋମବାର ଦିନ ୧୨ଟାରେ ୨ ଦିନିଆ ଚତୁର୍ଥ ବାର୍ଷିକ ରାଜ୍ୟ କଳା ଉତ୍ସବ ଉଦଘାଟିତ ହୋଇଛି l ଫିରିଙ୍ଗିଆ ଏକଲବ୍ୟ ବିଦ୍ୟାଳୟ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୋଚ୍ଛାପଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ଶତପଥୀ ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମ ବିଭିନ୍ନତା ମଧ୍ୟରେ ଏକତା, ଭାରତ ସରକାର ଓ ଅନୁସୂଚିତ ଜାତି, ଜନଜାତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବାକୁ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ l ନୃତ୍ୟ ଗୁରୁ ମଦନ ମୋହନ ଗଣ୍ଡା, ନାଟ୍ୟ ନିର୍ଦ୍ଦେଶକ ଶୁକଦେବ ନାୟକ, ନୃତ୍ୟ ନାଟିକା ଗୁରୁ ସୁନୀଲ କୁମାର ନାୟକ, ଗୀତିକାର ଓ ନିର୍ଦ୍ଦେଶକ ରଞ୍ଜିତ କୁମାର ପଣ୍ଡା, ନୃତ୍ୟ ନିର୍ଦ୍ଦେଶକ ସୋନୁ ମହାରଣା ଯୋଗ ଦେଇ ଜଜ ଭାବରେ ଦାଇତ୍ୱ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମ ଆଜି ଏବଂ ଆସନ୍ତାକାଲି ଚୟନ ପ୍ରକ୍ରିୟା ରହିଥିବା ବେଳେ ଏଥିରୁ ଚୟନ ହୋଇଥିବା କଳାକାରମାନେ ଜାତୀୟ ସ୍ତରରେ ଡେରାଡୁନରେ ଅଂଶ ଗ୍ରହଣ କରିବେ ବୋଲି ଏକଲବ୍ୟ ବିଦ୍ୟାଳୟ ଫିରିଙ୍ଗିଆ ଅଧ୍ୟକ୍ଷ କୈଳାଶ ସିଂଙ୍କ ଠାରୁ ସୂଚନା ମିଳିଛି l