ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ : ମା’ ସମ୍ମୁଖରେ ଚାଲିଗଲା ୨ ଝିଅଙ୍କ ଜୀବନ

ଢେଙ୍କାନାଳ, ୨୧।୯ : ଦୁର୍ଘଟଣାରେ ମା ' ସମ୍ମୁଖରେ ଚାଲିଗଲା ୨ ଝିଅଙ୍କ ଜୀବନ। ଏପରି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅନ୍ତର୍ଗତ ସୁକୁଆ ବାଉତି ମନ୍ଦିର ଛକରେ ।  ସ୍କୁଟି ଯୋଗେ ୨ ଝିଅ ନିଜ ମା' ସହିତ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା ଏଥିରେ  ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିବା ସହ ମା’ ଅଳ୍ପକେ ବର୍ତ୍ତି ଯାଇଛି। ମୃତ ୨ ଶିଶୁକନ୍ୟାଙ୍କ ବୟସ ମାତ୍ର ୮ ଓ ୧୦ବର୍ଷ। ଉଭୟେ ପଟ୍ଟାମୁଣ୍ଡାଇ ଅଂଚଳର ଚନ୍ଦନ ମହାନ୍ତିଙ୍କ କନ୍ୟା । ସେମାନେ ନିଜ ମାମୁଁ ଘର ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀରେ ମା' ସହିତ ରହୁଥିଲେ। 

ଶନିବାର ସନ୍ଧ୍ୟାରେ ମା’ ନମିତା ଖଟୁଆ ଉଭୟଙ୍କୁ ଟ୍ୟୁସନ  ସାତ ମାଇଲି ଛକରୁ ସ୍କୁଟି ଯୋଗେ ବସାଇ ନିଜ ଘର ଗଣ୍ଡା ନାଳୀକୁ ଫେରୁଥିଲେ।   ସୁକୁଆ ବାଉତି ମନ୍ଦିର ଛକରେ ଏକ ଟ୍ରକ ତାଙ୍କ ସ୍କୁଟି କୁ ଧକ୍କା ଦେବାରୁ ମା' ନମିତା ସ୍କୁଟିରୁ ଛିଟକି ପଡ଼ିଥିଲେ ।     ତାଙ୍କର ଦୁଇ କନ୍ୟାଙ୍କ ଉପରେ  ଟ୍ରକ ମାଡି ଯାଇଥିଲା। ଯାହା ଫଳରେ  ଦୁର୍ଘଟଣା ସ୍ଥଳରେ ଉଭୟ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। 

ପୁରୁଣା କଟକ ସମ୍ବଲପୁର ରାସ୍ତା ଏପରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଛି।  ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଗାଡି ଛାଡି ପଳାଇ ଯାଇଛି। ଘଟଣା ସ୍ଥଳରେ ରାସୋଳ ଥାନା ପୁଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି। ତେବେ ରାସ୍ତା ଅବରୋଧ ଯୋଗୁଁ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.