ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଜିପିଏସ୍‌ ଫେଲ୍‌ ହେବାରୁ ମରୁଭୂମିରେ ଫସିଲେ ୨ ଯୁବକ, ୪ ଦିନ ପରେ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୨୬/୦୮: ଜିପିଏସ୍ ଫେଲ୍ ହେବାରୁ ସାଉଦି ଆରବର ଋବ୍ ଅଲ ଖଲି ମରୁଭୂମିରେ ହଜିଲେ ୨ଯୁବକ । ଭୋକ ଏବଂ ଶୋଷରେ ହରାଇଲେ ପ୍ରାଣ । ମୃତ୍ୟୁ ହେବାର ୪ ଦିନ ପରେ ଉଦ୍ଧାର ହେଲା ମୃତଦେହ । ମୃତ ଯୁବକ ଜଣକ ମହମ୍ମଦ ଶେହଜାଦ (୨୭) ଏବଂ ସୁଡାନର ଜଣେ ବନ୍ଧୁ ବୋଲି ଜଣାପଡ଼ିଛି । ମହମ୍ମଦ ଗତ ୩ ବର୍ଷ ଧରି ସାଉଦି ଆରବର ଏକ ଟେଲିକମ୍ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ସେ ତେଲେଙ୍ଗାନା କରିମନଗରର ବାସିନ୍ଦା ବୋଲି ଖବର ମିଳିଛି । 

ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ, ଗତ ରବିବାର ଅର୍ଥାତ ଅଗଷ୍ଟ ୧୮ ତାରିଖରେ ମହମ୍ମଦ ଶେହଜାଦ, ସୁଡାନର ଜଣେ ବନ୍ଧୁଙ୍କ ସହ ଋବ୍ ଅଲ ଖଲି ମରୁଭୂମି ଦେଇ ଯାଉଥିଲେ । ଏହି ସମୟରେ ଉଭୟ ମରୁଭୂମିରେ ହଜି ଯାଇଥିଲେ । ଠିକ୍ ସେହି ସମୟରେ ତାଙ୍କର ଗାଡ଼ିର ଇନ୍ଧନ ସରିବା ସହ ଜିପିଏସ୍‌ ମଧ୍ୟ କାମ କରିନଥିଲା । ଉଭୟଙ୍କ ମୋବାଇଲ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ସେ କାହା ସହ ଫୋନ୍ ଯୋଗେ ସମ୍ପର୍କ କରି ସାହାଯ୍ୟ ମଧ୍ୟ ନେଇପାରି ନଥିଲେ । 

ଏଭଳି ପରିସ୍ଥିତିରେ ଉଭୟ ସେହି ଉତ୍ତପ୍ତ ମରୁଭୂମିରେ ଫସି ରହିଥିଲେ । ତାଙ୍କ ପାଖରେ କୈଣସି ଖାଦ୍ୟ ପଦାର୍ଥ କିମ୍ବା ପାଣି ମଧ୍ୟ ନଥିଲା । ଯାହା ଫରେ ଉଭୟ ଋବ୍ ଅଲ ଖଲି ମରୁଭୂମିରେ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ଭୋକ ଶୋଷରେ ପ୍ରାଣ ହାରାଇଥିଲେ । ଏହି ଘଟଣାର ୪ ଦିନ ପରେ ଅର୍ଥାତ ଅଗଷ୍ଟ ୨୨ ତାରିଖ ଗୁରୁବାରରେ ମହମ୍ମଦ ଶେହଜାଦ ଏବଂ ତାଙ୍କ ବନ୍ଧୁଙ୍କର ମୃତଦେହ ମରୁଭୂମିରୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.