ଆଠମଲ୍ଲିକ,୨୮/୦୮: ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୨ ଜଣ । ମୃତକ ୨ ଜଣ ବଇଜା ଗ୍ରାମର ଆର୍ତ୍ତତ୍ରାଣ ମିର୍ଦ୍ଧା ଏବଂ ବାମୁର ପଞ୍ଚାୟତର ରୀନା ମାହାର ବୋଲି ଜଣାପଡ଼ିଛି । ଅନୁଗୁଳ ଜିଲ୍ଲାର କିଶୋରନଗର ଥାନା ଆନ୍ତଗତ ଧଉରାପାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଧଉରାପାଲି ଗ୍ରାମର ପ୍ରାଣବନ୍ଧୁ ବିଶ୍ୱାଳଙ୍କ ଘରେ ନୂଆକରି ନିର୍ମିତ ପାଇଖାନା ଟାଙ୍କି ସଫା କାମ ଚାଲିଥିଲା । ଟାଙ୍କି ସଫା କରିବା ସମୟରେ ଆର୍ତ୍ତତ୍ରାଣ ଏବଂ ରୀନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁର ଶିକାର ହୋଇଛନ୍ତି । ଏନେଇ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।