ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ମହିଳାଙ୍କୁ ମାଡ଼ ମାରିବା ଘଟଣା, ୨ ପୋଲିସ କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି,୨୭।୬ :  ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ  ଭଦ୍ରକ ଏସପି ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ପ୍ରଥମେ ୨ ପୋଲିସ କର୍ମଚାରୀ କନେଷ୍ଟବଳ ରବିନ୍ଦ୍ର ସେଠୀ ଓ ଏଏସଆଇ ନେପାଲ ସାହାଙ୍କୁ  ଭଦ୍ରକ ହେଡ଼କ୍ଵାଟରକୁ ବଦଳି କରାଯାଇଥିଲା।  ପରେ  କନେଷ୍ଟବଳ ରବିନ୍ଦ୍ର ଓ ଏଏସଆଇ ନେପାଲଙ୍କୁ ଭଦ୍ରକ ଏସପି ନିଲମ୍ବିତ କରିଛନ୍ତି  l

 ଚାନ୍ଦବାଲି ଥାନା ବରେହିଁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଚାନ୍ଦବାଲି ପୁଲିସ୍‌ କୌଣସି କାରଣରୁ ଅଟକ ରଖିଥିଲା । ତାଙ୍କ ପତ୍ନୀ ଖବର ପାଇ ନିଜର ଦୁଇ ଶିଶୁ ଓ ନଣନ୍ଦଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଥାନାରେ ପହଞ୍ଚିଥିଲେ । ଥାନା ବାରଣ୍ଡାରେ ବସି ଥାନା ବାବୁଙ୍କୁ ଅପେକ୍ଷା କରିଥିଲେ । ବାରଣ୍ଡାରେ ବସିଥିବାବେଳେ ତାଙ୍କ ଦୁଇ ଶିଶୁ ସେଠାରେ ଏକ ଜୋତାଖୋଳ ଧରି ଖେଳିବା ସହ ଖୁସିରେ ପାଟି କରୁଥିଲେ । ପାଟି ଶୁଣି କନ୍‌ଷ୍ଟେବଲ୍‌ ରବିନ୍ଦ୍ର ସେଠୀ ଚିତ୍କାର କରି ଖେଳ ବନ୍ଦ କରିବାକୁ ତାଗିଦ୍‌ କରିଥିଲେ । ପରେ ରବିନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ମହିଳା, ତାଙ୍କ ନଣନ୍ଦ ଓ ୨ ଶିଶୁଙ୍କୁ ଥାନା ପରିସର ବାହାରକୁ କାଢ଼ି ଦେଇଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ମହିଳା ଜଣକ ଥାନା ଆଗରେ ଛିଡ଼ା ହୋଇ ଗାଳିଗୁଲଜ କରିଥିଲେ । ଏହା ଶୁଣି ରବିନ୍ଦ୍ର ରାଗିଯାଇଥିଲେ।  ପରେ ସମ୍ପୃକ୍ତ ମହିଳାଙ୍କୁ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ମାଡ ମାରିଥିଲେ। ଏହାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହୋଇଥିଲା ।   ଏହି ଘଟଣା ପରେ ଜଣେ କନେଷ୍ଟବଳ,   ଜଣେ ଏଏସଆଇ  ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରକୁ ଭଦ୍ରକ ଜିଲ୍ଲା ହେଡକ୍ୱାଟର୍ସକୁ ଏସପି ବଦଳି କରିଥିଲେ। ପରବର୍ତ୍ତି ସମୟରେ କନେଷ୍ଟବଳ ଓ ଏଏସଆଇଙ୍କୁ ନିଲମ୍ବିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.