ପୁରୀ,୧୦/୦୮: ଦବିଲା ଦୟା ନଦୀ ବନ୍ଧ । ଡେଲାଙ୍ଗ ବ୍ଲକ ନୂଆହାଟ ଗାଁରେ ୨ ଶହ ଫୁଟ ଯାଏ ଦବିଛି ନଦୀ ବନ୍ଧ । ବନ୍ୟାଆଶଙ୍କାରେ ନୂଆହାଟ ବାସିନ୍ଦା । ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଇଛି ।
ସୂଚନା ଅନୁଯାୟୀ, ବିଗତ ଦିନରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବଢିଛି ଦୟା ନଦୀର ଜଳସ୍ତର । ଫଳରେ ବନ୍ଧଟି ଧୀରେ ଧୀରେ ଦବିବାରେ ଲାଗିଛି । ନୂଆହାଟ ଗାଁରେ ଦୟା ନଦୀ ବନ୍ଧ ୨ ଶହ ଫୁଟ ଯାଏ ଦବିଛି । ଏହା ସ୍ଥାନୀୟ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି କାରଣରୁ ନୂଆହାଟ ବାସିନ୍ଦାଙ୍କ ମନରେ ସୃଷ୍ଟି ହୋଇଛି ବନ୍ୟାର ଆଶଙ୍କା । ଅନ୍ୟପଟେ ଯଦି ଏହି ସ୍ଥାନରେ ଘାଇ ସୃଷ୍ଟି ହୁଏ, ତେବେ ସର୍ବପ୍ରଥମେ ନୁଆହାଟ ରେ ବନ୍ୟା ପାଣି ପଶିବ ।ସେଥିପାଇଁ ଲୋକେ ଭୟଭୀତ ହୋଇ ରହିଛନ୍ତି । ତାପରେ ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରି ବାସୀ ଙ୍କ ପାଇଁ ମଧ୍ୟ ବିପଦ ରହିଛି । ଏପରି ସ୍ଥିତିରେ ଗାଁ ଲୋକେ ନଦୀ ବନ୍ଧ ଜଗିଛନ୍ତି ।