ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ନୌସେନା ସମ୍ମିଳନୀରେ ସାମିଲ ହେଲା ୨୦୦୦ ବର୍ଷ ପୁରୁଣା ଟେକ୍‌ନିକ୍‌ରେ ନିର୍ମିତ ଜାହାଜ ମଡେଲ

ନୂଆଦିଲ୍ଲୀ,୦୪/୦୯: ଭାରତୀୟ ନୌସେନାର ବରିଷ୍ଠ କମାଣ୍ଡରସ୍ଥରୀୟ ତିନି ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ସୋମବାର ଆରମ୍ଭ ହୋଇଥିବା ନାଭାଲ୍ କମାଣ୍ଡର୍ସ ସମ୍ମିଳନୀରେ ଅନେକ ମଡେଲ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହାରି ଭିତରେ ଭାରତର ୨୦୦୦ ବର୍ଷ ପୁରୁଣା ଜାହାଜ ନିର୍ମାଣ କଳା ଉପରେ ଆଧାରିତ ଏକ ଜାହାଜ ମଡେଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା   ଯେଉଁଥିରେ କଣ୍ଟା ସହିତ କାଠ ପଟାକୁ ଯୋଡ଼ି ଜାହାଜ ତିଆରି କରାଯାଉଥିଲା। ଏହାକୁ ଆଜିକାଲି ପ୍ରାଚୀନ ଭାରତୀୟ ଷ୍ଟିଚ୍‌ ଜାହାଜ କୁହାଯାଏ।

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ୨୦୦୦ ବର୍ଷ ପୁରୁଣା ଜାହାଜ ନିର୍ମାଣ କୌଶଳକୁ ପୁନର୍ଜୀବିତ କରିବା। ତେଣୁ ପ୍ରାଚୀନ ଭାରତୀୟ ଜାହାଜକୁ ଭାରତୀୟ ନୌସେନା କମାଣ୍ଡର ସମ୍ମିଳନୀ ୨୦୨୩ ରେ ଉପସ୍ଥାପନ କରାଯାଇଥିଲା। ଭାରତୀୟ ନୌସେନା ଏହି ଜାହାଜରେ ୨୦୨୫ ସୁଦ୍ଧା ପାରମ୍ପାରିକ ମାର୍ଗରେ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରାଚୀନ କାଳରେ ସମୁଦ୍ର ଯାତ୍ରା କେବଳ ଏହିପରି ଜାହାଜ ମାଧ୍ୟମରେ କରାଯାଇଥିଲା।

#WATCH | The model of ‘Ancient Indian Stitched Ship’ displayed at the Naval Commanders’ Conference that started today. The project aims to revive 2000 years old ancient tech of stitching ship together, which was practiced in ancient times for construction of ocean-going vessels.… https://t.co/YQT2OcAzmF pic.twitter.com/9zIYs7H3TX

— ANI (@ANI) September 4, 2023 "><blockquote class="twitter-tweet">

#WATCH | The model of ‘Ancient Indian Stitched Ship’ displayed at the Naval Commanders’ Conference that started today. The project aims to revive 2000 years old ancient tech of stitching ship together, which was practiced in ancient times for construction of ocean-going vessels.… https://t.co/YQT2OcAzmF pic.twitter.com/9zIYs7H3TX

&mdash; ANI (@ANI) September 4, 2023

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ସିଡିଏସ ଜେନେରାଲ ଅନିଲ ଚୌହାନ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ନାଭାଲ କମାଣ୍ଡର ସମ୍ମିଳନୀରେ 'ଷ୍ଟିଚ୍ ହୋଇଥିବା ପ୍ରାଚୀନ ଭାରତୀୟ ଜାହାଜ'ର ମଡେଲ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଜାହାଜ ନିର୍ମାଣର ୨୦୦୦ ବର୍ଷ ପୁରୁଣା କୌଶଳକୁ ପୁନର୍ଜୀବିତ ତଥା ସଂରକ୍ଷଣ କରିବା ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଭାରତୀୟ ନୌସେନା ହାତ ମିଳାଇଛନ୍ତି।

You can also read: 

କରୋନା କାଳରେ ହ୍ରାସ ପାଇଛି ସାଧାରଣ ଲୋକଙ୍କ ଆୟ; କିନ୍ତୁ ଧନୀ ହୋଇଛନ୍ତି ରାଜନୈତିକ ଦଳ; ବର୍ଷକରେ ବଢ଼ିଛି ଏତେ ସମ୍ପତ୍ତି?


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.