ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୁରସ୍କାର ଘୋଷଣା: ‘ୱାର୍ଲ୍ଡ ନୋ ଟବାକୋ ଡେ ଆୱାର୍ଡ-୨୪’ ହାତେଇଲା ଓଡ଼ିଶା

ଭୁବନେଶ୍ୱର,୨୭/୦୫: ଓଡ଼ିଶା ହେଲା ‘ୱାର୍ଲ୍ଡ ନୋ ଟବାକୋ ଡେ  ଆୱାର୍ଡ-୨୪’ ବିଜୟିତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ୱାର୍ଲ୍ଡ ନୋ ଟବାକୋ ଡେ ଅବସରରେ ଏହି ସମ୍ମାନଜନକ ପୁରସ୍କାର ଘୋଷଣା କରିଛି । 

ଆନ୍ତର୍ଜାତିକ କ୍ଷେତ୍ରରେ ‘ତମାଖୁ ବର୍ଜନ’ ପାଇଁ ଓଡ଼ିଶା ଗୌରବ ଆଣିଛି । ଓଡ଼ିଶା ତୃଣମୂଳସ୍ତରରେ ତମାଖୁ ବର୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ  କରିଛି । ତମାଖୁ ଦ୍ରବ୍ୟ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର  ନେଇ ଦଣ୍ଡ ସହିତ ଜରିମାନା ବ୍ୟବସ୍ଥା ରହିଛି । ପୂର୍ବରୁ ତମାଖୁମୁକ୍ତ ଗାଁ ଅଭିଯାନ ପାଇଁ ଜାତୀୟସ୍ତରରେ ଗୌରବ ଆଣିଥିଲା ଓଡ଼ିଶା । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ତମାଖୁ ମୁକ୍ତ ଗାଁ ଅଭିଯାନ ଆରମ୍ଭ କରିଥିଲା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ରିପୋର୍ଟ  ଅନୁଯାୟୀ ୫୧.୬ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି । ୯୦% କର୍କଟ ତମାଖୁ ସେବନ ପାଇଁ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.