ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ସୁଡାନରେ ଯୁଦ୍ଧର ପ୍ରକୋପ, ଗୁଳିକାଣ୍ଡରେ ୨୧ ମୃତ ୬୭ ଆହତ

ସୁଡାନ, ୯।୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଡାନରେ ୧୬ ମାସରୁ ଅଧିକ ସମୟ ଧରି ଲାଗିରହିଛି ଯୁଦ୍ଧ । ଯେଉଁଥିରେ ଏ ପର୍ଯ୍ୟନ୍ତ ୨୦ ହଜାର ଲୋକ ପ୍ରାଣ ହରାଇଛନ୍ତି । ଦକ୍ଷିଣ-ପୂର୍ବ ସୁଡାନର ସେନାରର ଏକ ବଜାରରେ ରବିବାର ଗୁଳି ବର୍ଷଣ ହୋଇଥିଲା । ଏହି ଗୁଳିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହି ଗୁଳି ବିନିମୟ ପାଇଁ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ)କୁ ଦାୟୀ କରାଯାଇଛି । ଏହି ଆକ୍ରମଣ ପାଇଁ ଏକ ଡାକ୍ତରୀ ସୂତ୍ର ପାରାମିଲିଟାରୀକୁ ଦାୟୀ କରି କହିଛି ଯେ, ଦକ୍ଷିଣ-ପୂର୍ବ ସୁଡାନର ସେନାର ସହରରେ ଏକ ଗୁଳି ବିନିମୟରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । 

ମହମ୍ମଦ ହାମଦାନ ଡାଗଲୋଙ୍କ ନେତୃତ୍ୱରେ ଆରଏସଏଫ ଦେଶର ଶାସକ ଅବଦେଲ ଫତ୍ତାହ ଅଲ-ବୁରହାନଙ୍କ ଅଧୀନରେ ସୈନ୍ୟ ସହିତ ଲଢ଼ୁଛି । ସରକାର ଆରଏସଏଫକୁ ନିୟମିତ ଭାବେ ସାଧାରଣ ନାଗରିକ ଏବଂ ବେସାମରିକ ଅନୁଷ୍ଠାନକୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ସୁଡାନର ଆବି ଗ୍ରାମରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଠାରେ ବନ୍ଧୁକଧାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୬୪ ଜଣ ଆହତ ହୋଇଥିଲେ । ଗତ ଅଗଷ୍ଟ ମାସରେ ସୁଡାନରେ ଅର୍ଦ୍ଧସୈନିକ ସମୂହର କିଛି ଯୁବକ ଏକ ଗାଁ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ମହିଳାଙ୍କ ସମେତ ଛୋଟପିଲାଙ୍କୁ ମିଶାଇ ପାଖାପାଖି ୮୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ସେମାନେ ଗାଁ ଲୋକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଘରେ ନିଆଁ ଲଗାଇଦେଇଥିଲେ । ଆରଏସଏଫର ଏହି ଆକ୍ରମଣରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ସୁଦାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । 

କହିରଖୁକୁ କି, ୨୦୨୩ରେ ସୁଡାନରେ ଆରମ୍ଭ ହୋଇଥିବା ଯୁଦ୍ଧ ପାଇଁ ଆରଏସଏଫ ଉପରେ ବାରମ୍ୱାର ନରସଂହାର, ଦୁଷ୍କର୍ମ ଭଳି ଗମ୍ଭୀର ଆରୋପ ଲଗାଯାଉଛି । ସୁଡାନରେ ପରିସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ପ୍ରବାସୀ ସଙ୍ଗଠନ ଅନୁସାରେ, ଯୁଦ୍ଧ ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଡାନରେ ୧୦.୭ ମିଲିୟନରୁ ଅଧିକ ଲୋକ ନିଜ ଘର ଛାଡ଼ିସାରିଲେଣି । ଏଥିମଧ୍ୟରୁ ୨ ମିଲିୟନରୁ ଉର୍ଦ୍ଧ୍ୱ ଲୋକ ପଡ଼ୋଶୀ ଦେଶକୁ ଲୁଚି ପଳାଇଛନ୍ତି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.