ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକାରେ ବ୍ରିଜ୍‌ ସହ ଧକ୍କା ହୋଇଥିବା ଜାହାଜକୁ ଚଲାଉ ଥିଲେ ୨୨ ଭାରତୀୟ, ଦୁର୍ଘଟଣାର ହେବ ଯାଞ୍ଚ

ନୂଆଦିଲ୍ଲୀ : ଆମେରିକାର ବାଲ୍ଟିମୋରରେ ଏକ ମାଲବାହୀ ଜାହାଜ ପୋଲ ସହ ଧକ୍କା ହୋଇଥିଲା, ଯେଉଁଥିରେ ପୋଲଟି ଭାଙ୍ଗି ତଳେ ଥିବା ନଦୀରେ ଖସି ପଡ଼ିଥିଲା। ଏଥିରେ ପୋଲ ଉପରେ ଯାଉ ଥିବା ଅନେକ ଗାଡ଼ି ନଦୀର ଜଳରେ ଖସି ପଡ଼ି ଥିଲେ ଏବଂ ଉଦ୍ଧାରକାରୀ ଦଳ ଜୀବିତ ଲୋକଙ୍କର ତଲାସ କରୁଛନ୍ତି। ଏହା ସ୍ପଷ୍ଟ ହୋଇନି ଯେ, ମାଲବାହୀ ଜାହାଜ କେଉଁ କାରଣରୁ ସକାଳର ଆଗମନର ଖୁବ୍‌ ପୂର୍ବରୁ ଫ୍ରାନ୍ସିସ ସ୍କଟ୍‌ର ବ୍ରିଜ୍‌ ସହ ଧକ୍କା ହେଲା। ଉକ୍ତ ଘଟଣାର ୨ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଏହା ମଧ୍ୟ ଜଣାପଡ଼ି ନାହିଁ ଯେ ଆଉ କେତେ ଲୋକ ପାଣିରେ ଖସି ପଡ଼ିଛନ୍ତି। 

ବାଲଟିମୋର ବ୍ରିଜ୍‌କୁ ଧକ୍କା ଦେଲା ଜାହାଜ , ଦେଖୁ ଦେଖୁ ନଦୀରେ ମିଶିଗଲା ପୋଲ ; ଭାସିଗଲେ ଅନେକ ଲୋକ ଓ କାର୍ … ଭିଡ଼ିଓ ଭାଇରାଲ

ଏହି ମଧ୍ୟରେ , ନ୍ୟୁୟର୍କରୁ ମିଳିଥିବା ଖବର ଅନୁସାରେ, ପୋଲ ସହ ଧକ୍କା ହେବା ପରେ ମାଲବାହୀ ଜାହାଜର ଚାଳକ ଦଳର ସବୁ ୨୨ ସଦସ୍ୟ ଭାରତୀୟ ଅଟନ୍ତି। ସିନର୍ଜୀ ମରିନ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି କି , ଜାହାଜର ଚାଳକ ଦଳ ମୋଟ ୨୨ଜଣ ସଦସ୍ୟ ଥିଲେ ଏବଂ ସମସ୍ତେ ହେଉଛନ୍ତି ଭାରତୀୟ। ଜାହାଜର ମାଲିକାନା ଗ୍ରାସ୍‌ ଓସନ ପ୍ରାଇଭେଟ୍‌ ଲିମିଟେଡ୍‌ର ପାଖରେ ଅଛି ଏବଂ ଜାହାଜର ଯାତ୍ରା ବାଲ୍ଟିମୋରରୁ ଶ୍ରୀଲଙ୍କାର ରାଜଧାନୀ କୋଲମ୍ୱୋ ଯାଏ ଥିଲା। 

ଜାହାଜର ମାଳିକ ଓ ପ୍ରବନ୍ଧକମାନେ କହିଛନ୍ତି କି, ଜାହାଜ ସୋମବାର ରାତି ପାଖାପାଖି ୧.୩୦ ସମୟରେ ବାଲ୍ଟିମୋରରୁ ଫ୍ରାନ୍ସିସ ସ୍କଟ୍‌ର ବ୍ରିଜ୍‌ର ଏକ ଖମ୍ୱ ସହ ଧକ୍କା ହୋଇଥିଲା। ଚାଳକ ଦଳକ ସବୁ ସଦସ୍ୟଙ୍କୁ ଦୁର୍ଘଟଣା ନେଇ ଜବାବ ମଗା ଯାଇଛି। ଦୁର୍ଘଟଣାର ଯାଞ୍ଚର ପ୍ରସ୍ତୁତି ଚାଲିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.