ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରିଟିସ୍ ଅଏଲ ଟ୍ୟାଙ୍କରକୁ ହୁତି ବିଦ୍ରୋହୀଙ୍କ ଟାର୍ଗେଟ, ଭାରତୀୟ ନୌସେନାର ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ,୨୭।୧: ଗତ ଶୁକ୍ରବାର ବା ୨୬ ଜାନୁଆରୀରେ ହୁତି ବିଦ୍ରୋହୀଙ୍କ ଦ୍ବାରା ଟାର୍ଗେଟ କରାଯାଇଥିବା ବ୍ରିଟିସ୍ ତେଲ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡାରେ ୨୨ ଭାରତୀୟ ଅଛନ୍ତି। ଭାରତୀୟ ନୌସେନା ନିଆଁ ଲିଭାଇବାର ଚେଷ୍ଟା କରୁଛି। ନୌସେନା କହିଛି, ତାଙ୍କ ନିର୍ଦେଶିତ ମିସାଇଲ ବିଧ୍ବଂସକ, ଆଇଏନ୍‌ଏସ୍‌ ବିଶାଖାପାଟନମ୍‌କୁ ୨୬ ଜାନୁଆରୀ ରାତିରେ ତେଲ ଟ୍ୟାଙ୍କରରୁ ଏକ କ୍ରାଇସିସ୍ କଲର ଜବାବ୍‌ରେ ଅଦନର ଉପକୂଳରେ ମୁତୟନ କରାଯାଇଥିଲା।ନୌସେନା କହିଛି, ସଙ୍କଟଗ୍ରସ୍ତ ମର୍ଚେଣ୍ଟ ଭେସେଲରେ ନିଆଁ ଲିଭାଇବାର ଚେଷ୍ଟାକୁ ଏମ୍‌ଭିରେ ଚାଳକ ଦଳର ସହାୟତା ପାଇଁ ଆଇଏନ୍ଏସ୍‌ ବିଶାଖାପାଟନମ୍ ଦ୍ବାରା ମୁତୟନ ଅଗ୍ନିଶମ୍ ଉପକରଣ ସହିତ ଏନ୍‌ବିସିଡି ଦିଆଯାଉଛି।’ନୌସେନା କହିଛି ୟେମନେର ଇରାନ ସମର୍ଥିତ ହୁତି ବିଦୋହୀଙ୍କ ଦ୍ବାରା ଟାର୍ଗେଟ କରାଯାଇଥିବା ଜାହାଜରେ ୨୨ ଭାରତୀୟ ଓ ଜଣେ ବାଂଲାଦେଶର ଚାଳକ ଦଳ ରହିଛନ୍ତି।  

ଭାରତୀୟ ନୌସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଅଫିସିଆଲ ହ୍ୟାଣ୍ଡେଲରୁ କିଛି ଫଟୋ ସେୟାର କରି ଏକ ପୋଷ୍ଟରେ କୁହାଯାଇଛି, ଅଦନର ଖାଡିରେ ମୁତୟନ ଭାରତୀୟ ନୌସେନା ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୟର ଆଇଏନ୍‌ଏସ୍ ବିଶାଖାପାଟନମନ୍‌ ୨୬ ଜାନୁଆରୀ ରାତିରେ ଏମ୍‌ଭି ମାର୍ଲିନ୍ ଲୁଆଣ୍ଡାର ଏକ ଜରୁରୀ କଲ୍‌ର ଉତ୍ତର ଦେଇଛି।’

ପୋଷ୍ଟରେ କୁହାଯାଇଛି, ସଙ୍କଟଗ୍ରସ୍ତ ମର୍ଚେଣ୍ଟ ଜାହାଜରେ ଅଗ୍ନିଶମ ଉପକରଣ ସହିତ ଏନ୍‌ବିସିଡି ଟିମ୍‌ ପକ୍ଷରୁ ନିଆଁ ଲିଭାଇବାକୁ ଚେଷ୍ଟାକୁ ଚାଲିଛି। ଏମଭିରେ ଚାଳକ ଦଳର ସହାୟତା ପାଇଁ ଆଇଏନ୍‌ଏସ୍ ବିଶାଖାପାଟନମ୍‌ରୁ ସାହାଯ୍ୟ ଦିଆଯାଇଛି।  ଭାରତୀୟ ନୌସେନା ଏମ୍‌ଭିର ସୁରକ୍ଷା ଓ ସମୁଦ୍ରରେ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୃଢ ପ୍ରତିଶୃତିବଦ୍ଧ।

ଅଏଲ ଟ୍ୟାଙ୍କର ଏମ୍‌ଭି ମର୍ଲିନ ଲୁଆଣ୍ଡ ଉପରେ ଆକ୍ରମଣ କରିବା ନେଇ ହୁତି ବିଦ୍ରୋହୀମାନେ ନିଜକୁ ଦାୟୀ କରିଛନ୍ତି। ହୁତି ବିଦ୍ରୋହୀମାନେ କହିଛନ୍ତି, ତାଙ୍କର ନୌସୈନିକ ଅଦନର ଖାଡିରେ ବ୍ରିଟିସ୍‌ ଅଏଲ ଟ୍ୟାଙ୍କରକୁ ଟାର୍ଗେଟ କରି ଏକ ଅପରେସନ୍ ଚଳାଇଥିଲା। ହୁତି ସେନା ମୁଖପାତ୍ର କହିଛନ୍ତି, ଉଚିତ ନୌସୈନିକ ମିସାଇଲର ବ୍ୟବହାର କରାଯାଇଛି ଓ ଆକ୍ରମଣ ସିଧା ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.