ପ୍ରମୁଖ ଖବର
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ବିବାହ ଋତୁରେ ମହଙ୍ଗା ସୁନା : ୧୦ ଗ୍ରାମ ପିଛା ଦର ୬୨,୭୭୫ ଟଙ୍କା, ୬୭ ହଜାର ଯାଏ ଯାଇପାରେ

ନୂଆଦିଲ୍ଲୀ,୩୦/୧୧: ବିବାହ ଋତୁରେ ଉପରମୁହାଁ ସୁନା ଦର। ଲଗାତର ଦ୍ୱିତୀୟ ଦିନ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ୧୦ ଗ୍ରାମ ପିଛା ଏହା ୬୩ ହଜାର ନିକଟତର ହୋଇଛି । ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ରିପୋର୍ଟ ମୁତାବକ, ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୮୬୨ ଟଙ୍କା ମହଙ୍ଗା ହୋଇ ୬୨,୭୭୫ ଟଙ୍କା ଛୁଇଁଛି । ମଙ୍ଗଳବାର ଏହା ୬୧,୯୧୩ ଟଙ୍କା ଥିଲା ।

କାରବାର ବନ୍ଦ ହେବା ବେଳକୁ ସୁନା ଦର ୬୨,୬୨୯ ଟଙ୍କାକୁ ଖସି ଆସିଛି । ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର କରେନ୍ସି ଓ କମୋଡିଟି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି, ପୁଞ୍ଜି ବଜାରରେ ଅନିଶ୍ଚିତତା ଯୋଗୁ ସୁନା ଦର ଉପରେ ପ୍ରଭାବ ପଡ଼ୁଛି । ଆଗାମୀ ବର୍ଷକ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୬୭ ହଜାର ଛୁଇଁପାରେ ।

ସୁନା ଦର ବୃଦ୍ଧି ପଛରେ ଅନେକ କାରଣ ରହିଛି । ୨୦୨୪ରେ ଏକ ମାନ୍ଦାବସ୍ଥା ଆସିବା ଆଶଙ୍କା କରାଯାଉଛି । ଡଲାର ସୂଚକାଙ୍କ ଦୁର୍ବଳ ସ୍ଥିତିରେ ରହିଛି । ଏବେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣି ଏହାକୁ ବଡ଼ ମାତ୍ରାରେ ମହଜୁଦ କରୁଛନ୍ତି । ସେହିଭଳି ଦରଦାମ ବୃଦ୍ଧି ହେଉଥିବାରୁ ଏହା ସୁନା ଦର ବୃଦ୍ଧିକୁ ଉତ୍ସାହିତ କରୁଛି ।

କେବଳ ସୁନା ନୁହେଁ ରୁପା ଦର ମଧ୍ୟ ବଡ଼ ଆକାରରେ ବଢୁଛି । ରୁପା ଦର ବୁଧବାର ମଧ୍ୟ ଆଖିଦୃୃଶିଆ ବଢ଼ିଛି । ଏହା କିଲୋ ପିଛା ୮୧୧ ଟଙ୍କା ମହଙ୍ଗା ହୋଇ ୭୫,୭୭୫ ଟଙ୍କା ହୋଇଛି । ଏହା ପୂର୍ବରୁ ରୁପାର କିଲୋ ପିଛା ଦର ୭୪,୮୮୯ ଟଙ୍କା ଥିଲା । ଚଳିତ ମାସରେ ରୁପା କିଲୋ ପିଛା ଦର ୫ ହଜାର ବଢ଼ିଛି । ନଭେମ୍ବର ପହିଲାରେ ସୁନା ଦର ୬୦,୮୯୬ ଟଙ୍କା ଥିଲା । ଏହା ଏବେ ୬୨,୬୨୯ ଟଙ୍କାରେ ପହଞ୍ଚିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.