ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଟ୍ କଏନ ଲୋଭ : ୨୪ଲକ୍ଷ ୪୦ହଜାର ଟଙ୍କା ଠକି ନେଲେ ସାଇଵର ଠକ

କଟକ, ୯।୧୨ କଟକରେ ପୁଣି ସାଇଵର ଠକେଇ। ବିଟ୍  କଏନ ଲୋଭ ଦେଖାଇ ସାଇଵର ଠକ ମାନେ ଜଣେ ବ୍ୟକ୍ତିଙ୍କଠାରୁ ଠକି ନେଇଛନ୍ତି ୨୪ଲକ୍ଷ ୪୦ହଜାର ଟଙ୍କା। ଏନେଇ କଟକ ସାଇବର ଥାନାରେ ଏକ ଏତଲା ହୋଇଛି ।

 ପ୍ରଥମେ ଅଭିଯୋଗକାରୀ ଯୁବକଙ୍କୁ କିଛି ଭିଡିଓ ଲାଇକ ଓ ସେୟାର କରିଵା ପାଇଁ କହିଥିଲେ। ଭିଡିଓ ପିଛା ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଦେଇଥିଲେ ସାଇଵର ଠକ।ତା ପରେ ବାରମ୍ବାର ଟାସ୍କ ଦେଇ ବିଭିନ୍ନ ପର୍ଯ୍ୟାୟରେ ଅଧିକ ଟଙ୍କାର ଟାସ୍କ କରିଵା ପାଇଁ କହିଥିଲେ ଓ ସେଥିପାଇଁ ତାଙ୍କ ଵ୍ୟାଙ୍କ ଆକାଉଣ୍ଟ ତଥ୍ୟ ଆଵଶ୍ୟକ କହି ତଥ୍ୟ ହାତେଇ ନେଇଥିଲେ। ପରେ   ବିଟ୍   କଏନରେ ଟଙ୍କା ଲଗେଇଲେ ଏହା ଡବଲ ହେବା ନେଇ ଠକମାନେ କହିଥିଲେ । ଲୋଭର ବଶବର୍ତ୍ତୀ ହୋଇ   ଉକ୍ତ ବ୍ୟକ୍ତି ଜଣଙ୍କ ସାଇଵର ଠକଙ୍କ ଜାଲରେ ଫସି ଯାଇଥିଲେ।ଏହାର ସୁଯୋଗ ନେଇ ସାଇଵର ଠକ ମାନେ ବିଭିନ୍ନ ପର୍ଯ୍ୟୟରେ ଯୁବକଙ୍କ ଠାରୁ ୨୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି ।

 ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ କଟକ ସହରରେ ବିଟ୍ କଏନ୍ କିଣିବା ଲୋଭରେ ଫସି ୪୫ ଲକ୍ଷ ଟଙ୍କା ଠକାମୀର ଶୀକାର ହୋଇଥିଲେ ଦୁଇ ଜଣ ଯୁବକ। ବଡ଼ କଥା ହେଉଛି ବିଟକଏନ୍ କାରବାର କରି ରାତାରାତି କୋଟିପତି ହେବା ସ୍ବପ୍ନ ଦେଖି ଉଭୟ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ କରି ଏହି ଟଙ୍କା ଲଗାଇଥିଲେ।    କଟକ ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଏହି ଦୁଇ ଯୁବକଙ୍କୁ ସାଇବର ଠକମାନେ ପ୍ରଥମେ ଏକ ଆପରେ ଏକ ଲିଙ୍କ ପଠାଇଥିଲେ । ସେହି ଲିଙ୍କ ଜରିଆରେ ଏକ ବିଟକଏନ୍ ଓ୍ବେବସାଇଟରୁ ବିଟ କଏନ କିଣିବା ପାଇଁ ପ୍ରଲୋଭିତ କରିଥିଲେ । ପୋଲିସ ବାରମ୍ବାର ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଲୋଭ ଯୋଗୁଁ ଅଧିକାଂଶ ସାଇଵର ଠକାମୀର ଶୀକାର ହେଉଥିବା ଅତିରିକ୍ତ ଡିସିପି କହିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.