ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ନଭେମ୍ବର ୨୪ରୁ ୨୬ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ

ଭୁବନେଶ୍ୱର,୧୭/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଚଳିତ ନଭେମ୍ବର ୨୪ ରୁ ୨୬ପର୍ଯ୍ୟନ୍ତ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ -୨୦୨୩ ଆୟୋଜିତ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷ୍ୟକାର, ଗବେଷକ, ସାମ୍ବାଦିକ ଓ ଚିତ୍ରକର ଏଥିରେ ଯୋଗ ଦେବେ । 

ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଆୟୋଜିତ ହେଉଥିବା ଏହି ସାହିତ୍ୟ ଉତ୍ସବର ପ୍ରସଙ୍ଗ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ : ସମ୍ଭାବନା ଓ ଆହ୍ୱାନ’ । ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ପ୍ରାଚୀନ (ସୋଆ ସେଣ୍ଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍‌ ଆନିସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ) ଦ୍ୱାରା ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି । ୩ ଦିନିଆ ଏହି ସାହିତ୍ୟ ଉତ୍ସବରେ ୬୦ଟି ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ କଳା, ସାହିତ୍ୟ ଓ ସଂସ୍କୃତି ସହ ଜଡ଼ିତ ପ୍ରାୟ ୨୫୦ ଜଣ ବ୍ୟକ୍ତି ବିଶେଷ ଯୋଗ ଦେବେ। ଓଡ଼ିଶା ବାହାରୁ ୭୫ଜଣ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରାଚୀନର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି । 

ଆଲୋଚନାଚକ୍ରର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ ରହିଛି ଗଣମାଧ୍ୟମ ଓ ସାହିତ୍ୟ, ସିନେମା ଓ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ସାରଳାଦାସ ମହାଭାରତ, ଶାସ୍ତ୍ରୀୟ ଓଡ଼ିଆ ଭାଷା, ସଂପାଦନା ବିଧି, ଅନୁବାଦ କଳା, ପ୍ରକାଶନ ପରମ୍ପରା ଓ ଆଦର୍ଶ, ଚଉଛକରେ ଭାରତୀୟ ସଂସ୍କୃତି, ଓଡ଼ିଆ ଚିତ୍ରକଳାର ବୈଚିତ୍ର‌୍ୟ, ଓଡ଼ିଆ ନୃତ୍ୟ ପରମ୍ପରା, ପ୍ରଦର୍ଶନୀ ଧର୍ମୀ କଳା ବୈଚିତ୍ର‌୍ୟ, ସୁର ଓ ବାଦ୍ୟ ବୈଚିତ୍ର‌୍ୟ, ଓଡ଼ିଆ କଥାକାରିତାର ବିବିଧତା, ଓଡ଼ିଆ କବିତାର ବର୍ଣ୍ଣବିଭା ଓ ମୋ କଥା ରହସ୍ୟ ଭଳି ଆଲୋଚନାଚକ୍ରର ପ୍ରସଙ୍ଗ ରହିଛି । ଏହାଛଡ଼ା ଆଦିବାସୀ ଭାଷା, ଭକ୍ତି ସାହିତ୍ୟ, ସଂସ୍କୃତି, ଦଳିତ ସାହିତ୍ୟ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କବିତା ଓ ନାଟକ ଉପରେ ମଧ୍ୟ ଆଲୋଚନା ହେବ ।

ଏକା ସଙ୍ଗେ ଏତେ ଜଣ ବିଶିଷ୍ଟ ବ୍ୟକ୍ତି ଓ ଏତେ ସଂଖ୍ୟକ ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ରର ଆୟୋଜନ ହେବା ଏକ ବିରଳ କାର୍ଯ୍ୟକ୍ରମ। ଏହି ଅବସରରେ କଳା ଓ ସାହିତ୍ୟ ସହିତ ସଂପୃକ୍ତ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ସୋଆ ପ୍ରାଚୀନ୍ ପକ୍ଷରୁ ପ୍ରଥମ ସୋଆ ସାହିତ୍ୟ ଉତ୍ସବ ଗତ ୨୦୨୦ ଫେବୃଆରୀ ୧ ଓ ୨ତାରିଖରେ ଆୟୋଜିତ ହୋଇଥିଲା ।

 

Copyright © 2022 - Summa Real Media Private Limited. All Rights Reserved.