ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭ ଡକାୟତି ମାମଲାରେ ୩ ଗିରଫ, ୨୧୨ ଗ୍ରାମ ସୁନା ଜବତ

ରାୟଗଡା,୫।୬: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ପୋଲିସ ୭ଟି ଡକାୟତି ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହିତ ୨୧୨ ଗ୍ରାମ ସୁନା, ୪ଟି ମୋବାଇଲ ଏବଂ ଗୋଟିଏ କଳା ପଲସର୍ ଗାଡ଼ି ଜବତ କରିଛି। ଜବତ ସୁନା ମଧ୍ୟରେ ୬ ଟି ସୁନା ଖଣ୍ଡ, ୨ ଟି ସୁନା ଚେନ ଏବଂ ଗୋଟିଏ ମଙ୍ଗଳସୂତ୍ର ରହିଛି। ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ଏସପି ହରିଶ ବି.ସି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୩ ଜଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟର ମାନ୍ୟମ ଜିଲ୍ଲା ପାର୍ବତୀପୁରମ ସହରର ମିନକା ସୂର୍ଯ୍ୟ କୁମାର, ବିଶାଖାପାଟଣା ଜିଲ୍ଲାର ପି ଚନ୍ଦ୍ରଶେଖର ଏବଂ ରାୟଗଡ଼ା ସହରର ତୁମ୍ବିଗୁଡ଼ା ବସ୍ତିର ସିଦ୍ଧୁ ମେଲକା । 

ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଠାରୁ କେରେଡା ରାସ୍ତାରେ ପ୍ରତିଦିନ ବାଇକ ଏବଂ ସ୍କୁଟିରେ ଯାତାୟତ କରୁଥିବା ମହିଳାମାନଙ୍କୁ ଟାର୍ଗେଟ କରି ସେମାନଙ୍କ ବେକରୁ ସୁନା ଚେନ୍ ଛିନତାଇ କରୁଥିଲେ। ବିଶେଷ କରି ଆନ୍ଧ୍ରପ୍ରଦେଶ ରାଜ୍ୟରୁ ରାୟଗଡ଼ା ସହର ସ୍ଥିତ ମଝିଘରିଆଣୀ ମନ୍ଦିର ଓ ଝୁଲା ପୋଲ ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କୁ ଟାର୍ଗେଟ କରୁଥିଲେ ଦୃର୍ବୁତ୍ତ। ବାରମ୍ବାର ଏହିଭଳି ଡକାୟତି, ଛିନତାଇ ହେଉଥିଲେ ମଧ୍ୟ ଏନେଇ ପୋଲିସ କୌଣସି ଟେର ପାଇ ପାରୁନଥିଲା। ତେବେ ଶେଷଖାଲ ଥାନାରେ ହୋଇଥିବା ୭ଟି ଅଭିଯୋଗକୁ ଭିତ୍ତି କରି ଶେଷଖାଲ ଥାନା ଆଇଆଇସି ମୁନି ଆଚାର୍ଯ୍ୟଙ୍କ ନେତୃତ୍ୱରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାରୁ ୩ ଦୃର୍ବୁତ୍ତ ଏହି କାଣ୍ଡ ଭିଆଉଥିବା ନେଇ ଜାଣିବା ପରେ ପୋଲିସ ସେମାନଙ୍କୁ ଠାବ କରି ସୁନା ଓ ମୋବାଇଲ ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.