ପ୍ରମୂଖ ଖବର

ଡିଜେଲ ଚୋରି କରିବା ବେଳେ ୩ ଗିରଫ, ୩୧୭ ଲିଟର ଡିଜେଲ ଜବତ

ମୁନିଗୁଡ଼ା, ୧୮/୦୩ : ଧରାପଡ଼ିଲେ ଡିଜେଲ ଚୋର ଗ୍ୟାଙ୍ଗ୍। ରାୟଗଡ଼ା ଜିଲ୍ଲା ଆମ୍ଵଦଳା ପୋଲିସ ଡିଜେଲ ସହ ୩ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମୁନିଗୁଡ଼ା ଥାନା ଛେଳିଆନା ଗ୍ରାମର ମଣ୍ଟୁ ମହାନନ୍ଦିଆ ଓ ଅନ୍ୟ ୨ ଜଣ ଚୋରି ଡିଜେଲ କିଣିଥିବା ଆମ୍ବଦଳା ଥାନା ଡାକଭଟା ଗ୍ରାମର ବୃନ୍ଦାବନ ସୁନା ଓ ଅଜୟ ସୁନା ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଦୀର୍ଘଦିନ ଧରି ଆମ୍ଵଦଳା ଥାନା ଅଞ୍ଚଳରେ ରାଜରାସ୍ତାରେ ଅଟକି ରହୁଥିବା ଚାରି ଚକିଆ ଯାନରୁ ଡିଜେଲ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଟ୍ରକ୍ ଡ୍ରାଇଭରମାନଙ୍କ ଅଭିଯୋଗ ପରେ ରବିବାର ପୋଲିସ ଚଢାଉ କରିଥିଲା। ଏହି ଡିଜେଲ ଚୋର ଗ୍ୟାଙ୍ଗ୍ ରାସ୍ତା କଡ଼ରେ ଅଟକି ରହିଥିବା ଚାରି ଚକିଆ ଯାନରୁ ଡିଜେଲ କାଢିବା ବେଳେ ପୋଲିସ ମାଡ଼ି ବସିଥିଲା। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ମୁନିଗୁଡ଼ା ଥାନା ଛେଳିଆନା ଗ୍ରାମର ମଣ୍ଟୁ ମହାନନ୍ଦିଆ ଓ ଅନ୍ୟ ୨ ଜଣ ଚୋରି ଡିଜେଲ କିଣିଥିବା ଆମ୍ବଦଳା ଥାନା ଡାକଭଟା ଗ୍ରାମର ବୃନ୍ଦାବନ ସୁନା ଓ ଅଜୟ ସୁନା ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ୩୧୭ ଲିଟର ଡିଜେଲ, ଏକ କାର୍, ୩ଟି ମୋବାଇଲ୍ ସହ ୬ ହଜାର ୯୯୦ ଟଙ୍କା ଜବତ ହୋଇଛି। ଡିଜେଲ ଚୋରି ଘଟଣାରେ ବହୁ ଜଣ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ଅନ୍ୟମାନେ ଫେରାର୍ ଅଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.