ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ବାଣ ନିଆଁରେ ଜଳିଗଲା ୫ବସ୍, ପାର୍କିଂବେଳେ ଲାଗିଲା ନିଆଁ

ଭୁବନେଶ୍ବର, ୧୨/୧୧ :   ଭୁବନେଶ୍ବରସ୍ଥିତ ପାତ୍ରପଡ଼ାଠାରେ ଜଳିଗଲା ୫ବସ୍ । ପାର୍କିଂବେଳେ ୫ବସରେ ଲାଗିଥିଲା ନିଆଁ। ହଠାତ୍ ନିଆଁ ଲାଗିଯିବାରୁ ୫ବସ୍ ଜଳିଯାଇଛି ।  

ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ପାତ୍ରପଡ଼ାଠାରେ ଥିବା ତମାଣ୍ଡୋର ଏକ ଗ୍ୟାରେଜରେ ୫ବସ୍‌କୁ ପାର୍କିଂ କରାଯାଇଥିଲା । ଏହି ସମୟରେ ଉକ୍ତ ବସରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ଏହି ନିଆଁରେ ପ୍ରଥମେ ୩ଟି ବସ୍ ଜଳିଯାଇଥିଲା । ୨ଟି ବସ୍ ଆଶିଂକ ପୋଡ଼ିଯାଇଥିବାବେଳେ ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ୫ଟି ବସ୍ ସମ୍ପୂର୍ଣ୍ଣ ଜଳିଯାଇଛି । ବାଣ ନିଆଁରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବରଲେଖା ହେବା ସୁଦ୍ଧା ଏହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ ଏହା ମଧ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହା ପ୍ରାୟ ୧ଟା ୪୫ମିନିଟ ସମୟ ଭିତରେ ଏହି ନିଆଁ ଲାଗିଥିଲା । ଆମେ ପ୍ରଥମେ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲୁ । ଏହାପରେ ଆମେ ଅଗ୍ନିଶମ ବିଭାଗକୁ ଖବରଦେଇଥିଲୁ । 

 

Copyright © 2022 - Summa Real Media Private Limited. All Rights Reserved.