ନୂଆଦିଲ୍ଲୀ, ୩୧/୦୫: ଆମେରିକାର ପ୍ରସିଦ୍ଧ ପତ୍ରିକା ଟାଇମ ପକ୍ଷରୁ ୨୦୨୪ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନି ଗୁଡିକର ତାଲିକା ପ୍ରକାଶ ପାଇଛି । ଶ୍ରେଷ୍ଠ ୧୦୦ କମ୍ପାନି ତାଲିକାରେ ୩ ଭାରତୀୟ କମ୍ପାନି ସ୍ଥାନ ପାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ଇଣ୍ଡିଆସ୍ ଜଗରନଟ ନାମରେ ନାମିତ କରାଯାଇଛି । ବସ୍ତ୍ର ଓ ପଲିଷ୍ଟର କମ୍ପାନି ଭାବେ ଆରମ୍ଭ ହୋଇଥିବା ରିଲାଏନ୍ସ ଆଜି ଏକ ବୃହତ୍ ବ୍ୟବସାୟ ସାମ୍ରାଜ୍ୟରେ ରୂପାନ୍ତରିତ ହୋଇଛି । ସେହିଭଳି ସେରମ ଇନ୍ଷ୍ଟିଚ୍ୟୁଟ୍କୁ ବିଶ୍ୱର ସର୍ବବୃହତ୍ ଟିକା ଉତ୍ପାଦନକାରୀ ଭାବେ ନାମିତ କରାଯାଇଛି । ଏହି କମ୍ପାନି ପ୍ରତିବର୍ଷ ୩୫୦ କୋଟି ଡୋଜ ଟିକା ଉତ୍ପାଦନ କରୁଛି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...