ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋରିଗୁମ୍ମା ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା ; ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ବର,୨୬/୧ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଏହାସହ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । 

ପ୍ରକାଶ ଯେ, ଛତିଶଗଡ଼ ଜଗଡଲପୁରରୁ ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଏକ ବାଇକ, ଟ୍ରାକ୍ଟର ଏବଂ ଅଟୋ ଯାଉଥିଲା। ଏହି ସମୟ ହଠାତ୍ ଦ୍ରୁତଗତିରେ ଆସି ସ୍କର୍ପିଓଟି ପ୍ରଥମେ ବାଇକ ଏବଂ ଅଟୋକୁ ଧକ୍କା ଦେଇ ଏକ ନାଳ ମଧ୍ୟକୁ ଚାଲି ଯାଇଥିଲେ । ଫଳରେ ଅଟୋ ଏବଂ ବାଇକ ଛିଟିକି ପଡ଼ିଥିଲା । ଦୁର୍ଘଟଣାସ୍ଥଳରେ ୩ଜଣ ପ୍ରାଣ ହରାଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଥିଳେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.