ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ପୁଅ ଓ ଝିଅ ପରେ ମାଆର ମୃତ୍ୟୁ

 ବରଗଡ, ୧୧।୯ ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟର ପଡ଼ାରେ କୀଟନାଶକ ପିଇ ପୁଅ ଓ ଝିଅର ମୃତ୍ୟୁ ପରେ ସୋମବାର ମା’ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପରିବାରର ଏଭଳି ଚରମ ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି  । ଆତ୍ମହତ୍ୟା ଉଦ୍ୟମ କରି ଜୀବନ ହାରିଛନ୍ତି କୁମୁଦିନି ସାହୁ ,ପୁଅ ବଂଶୀଧର ସାହୁ ଓ ବିବାହିତ ଝିଅ ସୁବର୍ଣ୍ଣ ମହାଜନ   ।

 ସୋମବାର ଘର କବାଟ ବନ୍ଦକରି ପରିବାର ସମୂହ କୀଟନାଶକ ପିଇଦେଇଥିବା ବେଳେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘର କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଓ ପରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା ।ରବିବାର ପୁଅ ଓ ଝିଅର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ଆଜି ମା’ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁ ରୋଗାଗ୍ରସ୍ତ ହୋଇ ମୃତ୍ୟୁ  ଘଟିଥିଲା। ତାଙ୍କ ମୃତ୍ୟୁରେ ମର୍ମାହତ ଓ ମାନସିକ ଚାପଗ୍ରସ୍ତ ହୋଇ ପରିବାର ସମୂହ ଏଭଳି ନିଷ୍ପତ୍ତି ନେଇଥିବା ମୃତକଙ୍କ ସମ୍ପର୍କୀୟ କହିଛନ୍ତି ।

ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ  ଅନ୍ୟମାନେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବା ଘଟଣାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଘଟଣା ପଛରେ କଣ ରହିଛି ପ୍ରକୃତ କାରଣ ତାକୁନେଇ ପୋଲିସ କରୁଛି ତଦନ୍ତ । 

ଅନ୍ୟପଟେ ଅର୍ଜୁନ ସାହୁ ଜଣେ କଂସା ବାସନ ଦୋକାନ ଦେଇ ପରିବାର ଚଳାଉଥିଲେ ଓ ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସେତେ ସ୍ୱଚ୍ଛଳ ନଥିବା ଜଣାପଡିଛି । ସ୍ବର୍ଗତ ଅର୍ଜୁନ ସାହୁଙ୍କ ବିବାହିତ ଝିଅ ସୁବର୍ଣ୍ଣ ମହାଜନ ମଧ୍ୟ ନିଜ ଶାଶୁଘର ଛତିଶଗଡ଼ ଛାଡ଼ି ନିଜ ତିନି ବର୍ଷର ଝିଅ ସହ ଆସି ବାପଘର ସୋହେଲାରେ ରହୁଥିଲେ  । । ସୋହେଲା ପୋଲିସ ଓ ସାଇଣ୍ଟିଫିକ ଟିମ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଥିବାବେଳେ ପ୍ରକୃତରେ ଆତ୍ମହତ୍ୟାର କାରଣ କଣ ହୋଇଥାଇପାରେ ତାହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଆହୁରି ପଢନ୍ତୁ : ମିଛ ଖବର ପ୍ରସାରଣକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ, ଏମିତି ଥମ୍ବନେଲ୍ ଦେଇ ରୋଜଗାରର ପନ୍ଥା ଖୋଜନ୍ତୁନି : ଅନୁ

Copyright © 2022 - Summa Real Media Private Limited. All Rights Reserved.