ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ୩ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ

ଗୋଛାପଡ଼ା,୨/୧୨ : କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଶନିବାର ଏକ କାର୍ ସହ ୩୦କିଲୋ ଗଞ୍ଜେଇ ଜବତ କରିବା ସହ ଗାଡ଼ିର ଡ୍ରାଇଭର ସହ ୩ଜଣ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି  I ସୂଚନା ଅନୁସାରେ ଅବକାରୀ ବିଭାଗର କନ୍ଧମାଳ ଏସପି ପ୍ରବୀର ସାମଲଙ୍କ ନିର୍ଦେଶକ୍ରମେ ଅବକାରୀ ଏସଆଇ ସାଗର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ଫୁଲବାଣୀ ଭଞ୍ଜନଗର ମୁଖ୍ୟ ରାସ୍ତାର ଗୁମାଗଡ଼ ରାମ ଘାଟି ନିକଟରେ କାର୍ ଟିକୁ ଧରିଥିଲେ  I ତେବେ କାରକୁ ଯାଞ୍ଚ କରିବା ସମୟରେ କାରର ଡିକିରେ ଦୁଇଟି ବସ୍ତାରୁ ୩୦କିଲୋ ଗଞ୍ଜେଇ ଜବତ କରିବା ସହ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ  I 

ଅନ୍ୟପଟେ କାରରୁ ଜବତ ହୋଇଥିବା ଗଞ୍ଜେଇ ଫୁଲବାଣୀରୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିବା ଅବକାରୀ ବିଭାଗର ତଦନ୍ତରୁ ଜଣାପଡ଼ିଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗେରୁପଡ଼ା ଗାଁର ସାବତ ନାୟକ ଏବଂ ସୋଲାଗୁଡ଼ା ଗ୍ରାମର ବିରେନ୍ଦ୍ର ପ୍ରଧାନ ଅନ୍ୟ ଜଣେ ହେଲେ ଗାଡ଼ିର ଡ୍ରାଇଭର ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆର ନୂଆଗାଁର ରଞ୍ଜିତ ବେହେରା ବୋଲି  ଜଣାପଡ଼ିଛି  I କେଶ ନଂ ୧୨୯/୨୩/୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଗଞ୍ଜେଇ ମାଫିଆମାନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଏହି ଚଢ଼ଉରେ ଅବକାରୀ ବିଭାଗର ଏଏସଆଇ ସୁକାନ୍ତ କହଁର, ପ୍ରଦୀପ ମଲ୍ଲିକ ଓ ଅବକାରୀ କନେଷ୍ଟବଳ ମିଳନ ସାହୁ ସାମିଲ ଥିବା ଅବକାରୀ ଏସଆଇ ସାଗର ଭୋଇ ସୂଚନା ଦେଇଛନ୍ତି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.