ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ପାକିସ୍ତାନ ମ୍ୟାଚ୍, ୧ଲକ୍ଷ ପାର୍କିଂ ତ ୮.୩ଲକ୍ଷ ଟିକେଟର ଦାମ୍ ରହିଛି

ନୂଆଦିଲ୍ଲୀ, ୬/୬ :  ଟି-୨୦ ବିଶ୍ବକପ ୨୦୨୪ର ଆରମ୍ଭ ହୋଇଯାଇଛି । କିନ୍ତୁ କ୍ରିକେଟ ପ୍ରେମୀଙ୍କୁ ଟୁର୍ଣ୍ଣାମେଣ୍ଟ ସବୁଠାରୁ ବଡ଼ ମୁକାବିଲାର ଅପେକ୍ଷାରେ ଅଛନ୍ତି । ଆମେ କହୁଛୁ ଭାରତ ଏବଂ ପାକିସ୍ତାନର ମ୍ୟାଚ୍ ବିଷୟରେ । ଦୁଇ ଟିମ୍ ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ୯ଜୁନରେ ନ୍ୟୁୟୁର୍କ ସ୍ଥିତ ନାସାଉ କାଉଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟରେ ଖେଳାଯିବ । ଏହି ମ୍ୟାଚ୍ ଲାଗି ଉଭୟ ଟିମ୍ ପ୍ରସ୍ତୁତ ଅଛନ୍ତି । ଯଦି ଆପଣଙ୍କୁ ବି ମ୍ୟାଚ୍ ଦେଖିବାକୁ କିଛି ଯୋଜନା କରୁଛନ୍ତି ତେବେ ନ୍ୟୁୟର୍କ ଯିବା ପୂର୍ବରୁ ପାର୍କିଂରୁ ନେଇ ଜାଣନ୍ତୁ ଟିକେଟର ଦାମ୍ । 

ପ୍ରକାଶ ଯେ, ଯେଉଁ ଫ୍ୟାନ୍ସ ମ୍ୟାଚ୍ ଦେଖିବାକୁ ଯିବେ ତାଙ୍କୁ ଗାଡ଼ି ରଖିବାକୁ ପାର୍କିଂ ସ୍ଥାନର ଆବଶ୍ୟକ ହେବ । ମାତ୍ର ଭାରତ ବନାମ ପାକିସ୍ତାନ ମ୍ୟାଚ ଲାଗି ପାର୍କିଂ ସ୍ଥାନର ଫିସ କିଛି ଅଧିକ ବଢି ଯାଇଛି । ଦେଶର ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଭାରତ ବନାମ ଆୟରଲ୍ୟାଣ୍ଡ ମୁକାବିଲା ସମୟରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ପାର୍କିଂ ଲାଗି କେତେ ଟଙ୍କାର ଖର୍ଚ୍ଚ କରିବାକୁ ପଡ଼ିବ ତା’ର ଖୁଲାସା କରିଛନ୍ତି ।

ସିଦ୍ଧୁ କମେଣ୍ଟ୍ରି ସମୟରେ କହିଛନ୍ତି କି, ଏହି ମ୍ୟାଚ୍ ଲାଗି ଫ୍ୟାନ୍ସଙ୍କୁ ୧୨୦୦ଡଲାର(୧୦୦୦୦୦ଟଙ୍କା ) ଦେବାକୁ ପଡ଼ିବ । ପୂର୍ବତନ କ୍ରିକେଟରଙ୍କ ଅନୁସାରେ ତାଙ୍କୁ ଏହି ଖବର ବିଷୟରେ ଅବଗତ ତାଙ୍କ ଡ୍ରାଇଭର କରାଇଥିଲେ । ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଲାଗି ଯେତିକି ଦିନ ପାଖେଇ ଆସୁଛି ସେତିକି ଟିକେଟର ଦାମ୍ ଆକାଶଛୁଆଁ ହେଉଛି । ମହାମୁକାବିଲା ଲାଗି ଆରମ୍ଭ ଟିକେଟ ଦର ୩୦୦ୟୁଏସ ଡଲାର ରଖାଯାଇଛି । ଯଦି ଭାରତୀୟ ଟଙ୍କାରେ ଦେଖିବା ତେବେ‌ ଏହା ପ୍ରାୟ ୨୫୦୦୦ଟଙ୍କା ହେବ । 

ସେହିଭଳି ସବୁଠାରୁ ମହଙ୍ଗା ଟିକେଟର ଦାମ୍ ରହିଛି ୧୦୦୦୦ହଜାର ୟୁଏସ ଡଲାର କୁହାଯାଉଛି । ଯାହା ଭାରତୀୟ ଟଙ୍କାରେ ପ୍ରାୟ ୮.୩ଲକ୍ଷ ପାଖାପାଖି ହେବ । ସୂଚନା ମୁତାବକ ୩୦୦ୟୁଏସ ଡଲାର ଏବଂ ୧୦୦୦୦ହଜାର ୟୁଏସ ଡଲାର ମଧ୍ୟରେ ବି ଟିକେଟ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.