ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବେଳାମାର୍ଗରେ ସର୍ଫିଙ୍ଗ ପ୍ରଶିକ୍ଷଣ, ତାଲିମ୍ ନେଇ ସାରିଲେଣି ୩ ଶହ

କୋଣାର୍କ, ୨୯।୪: ସମୁଦ୍ରରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ପୁରୀ-କୋଣାର୍କ ବେଳାମାର୍ଗ ରେଞ୍ଜରସ ଆଡ଼ଭେଞ୍ଚରସ୍ ଫାଉଣ୍ଡେସନ ପକ୍ଷରୁ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି, ଚନ୍ଦ୍ରଭାଗା ନିକଟରେ ସର୍ଫିଙ୍ଗ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ପ୍ରାୟ ୩ଶହ ତାଲିମ ନେଇ ସାରିଲେଣି । ସେଥିମଧ୍ୟରୁ ଜାପାନ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍କଟଲାଣ୍ଡ, ଇଂଲଣ୍ଡ ଆଦି ଦେଶରୁ ୮୦ ଜଣ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ତା’ ସହିତ ଭାରତର ବିଭିନ୍ନ ରାଜ୍ୟରୁ ଯୁବକ, ଯୁବତୀ, ଡାକ୍ତର ମଧ୍ୟ ପ୍ରଶିକ୍ଷଣ ନେଉଛନ୍ତି । ପ୍ରଥମେ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଓ ପରେ ସମୁଦ୍ର ମଧ୍ୟରେ ପ୍ରଶିକ୍ଷଣ ଦିଆଯାଉଛି । 

ସମୁଦ୍ର ଲହଡ଼ି ଭିତରୁ ଭାସମାନ ଅବସ୍ଥାରେ ଆସୁଥିବାର ଦୃଶ୍ୟ ବେଶ ରୋମାଞ୍ଚକର । ସର୍ଫିଙ୍ଗ ପାଇଁ ଉତ୍କୃଷ୍ଟ ସମୟ ହେଉଛି ସକାଳ ୬ରୁ୭ଟା । ସର୍ପିଙ୍ଗ ସମୟରେ ପବନ କମ ରହିବା ଦରକାର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସର୍ଫିଙ୍ଗ ସହିତ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡ଼ା, ସାଇକେଲ ଚାଳନା ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି । ଏଠାରେ ଦେଶ ବିଦେଶର ଶତାଧିକ ତାଲିମ୍ ନେଇ ସାରିଲେଣି । ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବାକୁ ସର୍ଫିଙ୍ଗ ଏକ ଭଲ ମାଧ୍ୟମ । ଏଠାକାର ସମୁଦ୍ର କୂଳ ଓ ଜଳ ସର୍ଫିଙ୍ଗ ପାଇଁ ବେଶ ଉପଯୋଗୀ । ଏବେ ଭାରତୀୟ ଯୁବବର୍ଗଙ୍କ ଆଗ୍ରହ ବଢ଼ୁଥିବା କୁହନ୍ତି ରେଞ୍ଜର୍ସର ପ୍ରତିଷ୍ଠାତା ସଞ୍ଜୟ ସାମନ୍ତରାୟ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.