ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଭୋଜି ଖାଇ ବାଇକରେ ଫେରୁଥିଲେ, ଝରିଗାଁ ଘାଟିରେ ଦୁର୍ଘଟଣାରେ ପରିବାରର ୪ ଆହତ

ଚନ୍ଦାହାଣ୍ଡି,୨୮।୩ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ଝରିଗାଁ ଘାଟିରେ ବାଇକ ଦୁର୍ଘଟଣା ଘଟି ଗୋଟିଏ ପରିବାରର   ୪ ଜଣ ଆହତ ହୋଇଛନ୍ତି।  ଆହତ ମାନେ ହେଲେ  ଅନକାବେଡା ଗ୍ରାମ ର ଲିଳାଧର ଅଣ୍ଟି (୩୫) ତାଙ୍କ ସ୍ତ୍ରୀ ନୂପୁର ଅଣ୍ଟି (୩୪)   ଓ  ୪ ବର୍ଷର ଝିଅ ଦେବାନ୍ସୀ ଅଣ୍ଟି ଏବଂ ଅମ୍ବିକା ଅଣ୍ଟି (୧୫) l  

ଅନକାବେଡା ଗ୍ରାମ ର ଲିଳାଧର ଅଣ୍ଟି ,   ତାଙ୍କ ସ୍ତ୍ରୀ ନୂପୁର ଅଣ୍ଟି  ଝିଅ ଦେବାନ୍ସୀ ଏବଂ ଅମ୍ବିକା ସହ ଝରିଗାଁ ଥାନା ଅଧିନ କରଲାପଡା ଗ୍ରାମ ର ଶଶୁର ଘର କୁ ବାହା ଭୋଜି ଖାଇବା କୁ ଯାଇ  ଗୋଟିଏ ବାଇକ ରେ  ଫେରୁ ଥିଲେ l  ବାଇକ ରେ ଘାଟି ଓହ୍ଲାଉ ଥିବା ସମୟ ରେ ଭାରସାମ୍ୟ ହରାଇ    ଘାଟିରେ  ଲାଗିଥିବା ସାଇଫୋନ ରେ  ସମସ୍ତେ ପିଟି ହୋଇ ଥିଲେ l  ଏଥିରେ   ଝିଅ ଏବଂ ଲିଳାଧର   ସାଇଫୋନରୁ ଛିଟିକି ଯାଇ   ୧୦ ଫୁଟ ତଳକୁ ପଡି ଯାଇ ଥିଲେ l ଏଥିରେ ସମସ୍ତେ ଗୁରୁତର ହୋଇଥିଲେ।

ଘାଟି ରାସ୍ତା ଦେଇ ଯାଉ ଥିବା ବାଟୋଇ ମାନେ ସେମାନଙ୍କୁ ଉଦ୍ଧାର ୧୦୮ ଆମ୍ବୁଲାନ୍ସରେ  ଝରିଗାଁ   ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ l ଚିକିତ୍ସା ପରେ ଦେବାନ୍ସୀ ଏବଂ ଅମ୍ବିକା ର ସ୍ୱାସ୍ଥ୍ୟ ସ୍ଥିର ରହିଥିବା ବେଳେ   ଲିଳାଧର ଏବଂ ନୂପୁର ଙ୍କ ଅବସ୍ଥା ସଙ୍କଟାପ୍ନ ରହିଛି  । ଅଧିକା ଚିକିତ୍ସା ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ  ପଠାଯାଇଛି।ଖବର ପାଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୋଲର୍ସ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଛନ୍ତି।

ଆହୁରି ପଢନ୍ତୁ : ରାସ୍ତା ପାର ହେଉଥିଲେ ବୃଦ୍ଧା, ବସ୍ ଧକ୍କାରେ ଚାଲିଗଲା ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.