ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ, ୪ ଆହତ

ଭଦ୍ରକ, ୩୦/୦୩ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହାତାହାତି। ବାଡ଼ ଓପାଡ଼ିବାକୁ ନେଇ ଦୁଇ ପରିବାର ମୁହାଁମୁହିଁ। ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ଦଉଲତପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଏହି ଗୋଷ୍ଠୀ ସଙ୍ଘର୍ହରେ ୪ ଜଣ ଆହତ ହୋଇଛନ୍ତି। 

ସୂଚନା ଅନୁଯାୟୀ, ପିରାହାଟ ଥାନା ଅଧିନ ଦଉଲତପୁର ଗ୍ରାମର ଧର୍ମାନନ୍ଦ ପାଢ଼ୀଙ୍କର ଅନ୍ୟ ଏକ ପରିବାର ସହ ଜମିଜମା ବିବାଦ ଲାଗି ରହିଥିଲା । ଘଟଣା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। କିନ୍ତୁ ଅପର ପକ୍ଷ ଧର୍ମାନନ୍ଦଙ୍କ ଘର ସମ୍ମୁଖରେ ଥିବା ବାଡ଼କୁ ଉପାଡି ଦେଇଥିଲେ । ଏହି ଘଟଣାକୁ ବିରୋଧ କରିବାରୁ ଅପର ପକ୍ଷ ତାଙ୍କୁ ଆକ୍ରମଣ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ୪ ଜଣ ଆହତ ହୋଇ ପ୍ରଥମେ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ପିରାହାଟ ଥାନାରେ ଏତଲା ଦିଆଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.