ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୨୭/୨ :ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣଙ୍କୁ  ଗିରଫ କରିବା ସହିତ ୪୫କେଜି ଗଞ୍ଜେଇ ମାଲକାନଗିରି ପୁଲିସ ଜବତ କରିଛି ।

ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନିର୍ଦେଶ କ୍ରମେ ସବଇନପେକ୍ଟର ଏସ ଭୋଇ ଙ୍କ ନେତୃତ୍ବରେ ପୁଲିସ ଟିମ ଚାଲାଣଗୁଡା ପଞ୍ଚାୟତସ୍ଥ   ରେଙ୍ଗାବନ୍ଧ ନିକଟ ମାଲକାନଗିରି ଛତିଶଗଡ଼ ସୀମାନ୍ତ ରାସ୍ତାରେ  ପାଟ୍ରୋଲିଂ କରୁଥିଲେ। ରାସ୍ତାରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ତିନୋଟି ଅଖାବସ୍ତା ଧରି ଛିଡା ହୋଇ ଥିଲେ। ପୁଲିସକୁ ଦେଖି ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲେ। ବସ୍ତା ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବାର ଦେଖି ସେ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇ ପଚରା ଉଚରା କରିଥିଲା।  ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତ ସ୍ଥ ବାଙ୍ଗୁଟିଗୁଡା   ଗ୍ରାମର  ଶତ୍ରୁଘନ ବେଞ୍ଚମୀ ଛତିଶଗଡ଼ ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ କରିବା ପାଇଁ ଗାଡି ଆସିବାକୁ ଜଗିଥିଲେ। ପୁଲିସ ଗଞ୍ଜେଇ ଜବତ କରି ଶତ୍ରୁଘନଙ୍କୁ ଗିରଫ କରିଥିଲେ।ଗଞ୍ଜେଇ ଓଜନ କରିବାରୁ ୪୨କେଜି ଥିଲା। ଗଞ୍ଜେଇ ର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଅଭିଯୁକ୍ତଙ୍କ ନିକଟ ରୁ ଗୋଟିଏ ମୋବାଇଲ ଫୋନ,୩୫୦ ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ  କହିଛନ୍ତି।

ଆହୁରି ପଢନ୍ତୁ : ଗହଣା ବ୍ୟବସାୟୀଙ୍କୁ ଗୁଳି ମାଡ଼ କରି ଲୁଟ, ଟଙ୍କା ଓ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.