ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୀମାନ୍ତରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ମାଓବାଦୀ ମୃତ

ମାଲକାନଗିରି,୭/୬ :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ ଦନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ୪ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣ ପଡିଛି । 

ସୂଚନା ଅନୁଯାୟୀ ନାରାୟଣପୁର ଓ ଦନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଗୋଭେଲ ଜଙ୍ଗଲରେ ପୋଲିସର ତଲାସି ଅଭିଯାନବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବାବେଳେ ପୋଲିସର ସାମ୍ନା କରି ନ ପରି ମାଓବାଦୀମାନେ ସେଠାରୁୟ ପଛଘୁଞ୍ଚା ଦେଇ ଲୁଚି ପଳାଇଥିଲେ । ଏହାପରେ ପୋଲିସ ପକ୍ଷରୁ ସେଠାରେ ପୁନଃ ତଲାସି ଅଭିଯାନବେଳେ ୪ମାଓବାଦୀଙ୍କ ମର ଶରୀର ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଦନ୍ତେୱାଡା ଏସପି ଗୌରଭ ରାୟ ଏବଂ ନାରାୟଣପୁର ଏସପି ପ୍ରଭାତ କୁମାର ଏହି ଘଟଣାର ସୂଚନା ଦେବା ସହ ପୋଲିସ ପାର୍ଟି ଜଙ୍ଗଲ ମଧ୍ୟରେ ତଲାସି ଅଭିଯାନରୁ ଫେରିବା ପରେ ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.