ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଆରଟିଓ କାର୍ଯ୍ୟାଳୟ ପରିସରରୁ ୪ ଦଲାଲ ଗିରଫ,୧୨ ଡ୍ରାଇଭିଂ ଲାଇସେନ୍ସ ଜବତ

ଛତ୍ରପୁର,୧୪।୧୧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ଥିବା ଆରଟିଓ କାର୍ଯ୍ୟାଳୟ ପରିସରରେ ପୋଲିସ ଚଢାଉ କରି ୪ ଜଣ ଦଲାଲଙ୍କୁ ଗିରଫ  କରିଛି। ଗିରଫ ଯୁବକ ମାନେ ହେଲେ ଜଗନ୍ନାଥ ସାହୁ (୩୭),,ରବୀନ୍ଦ୍ର କୁମାର ଗୌଡ଼(୩୫),ପି. ଚନ୍ଦ୍ର ଶେଖର (୬୫), ଏବଂ ଡି. ଆଲାଉଦ୍ଦିନ (୩୨)  । ପି. ଚନ୍ଦ୍ର ଶେଖର ବ୍ରହ୍ମପୁର କାମ୍ପ ସାହି ର ହୋଇଥିବା ବେଳେ ଅନ୍ୟ ମାନଙ୍କ ଘର ମାନଙ୍କ ଘର ଛତ୍ରପୁର ବୋଲି ଛତ୍ରପୁର ଏସ ଡି ପି ଓ ଗୌରହରି ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି  l ଏଥି ସହ ୭ଟି ଆର ସି ବୁକ ,୧୨ଟି ଡ୍ରାଇଭିଂ ଲାଇସେନ୍ସ, ,୮ଟି ଲନିଂ ଲାଇସେନ୍ସ ଏବଂ ୨ଟି ଆବେଦନ ପତ୍ର  ଜବତ ହୋଇଛି l ଏଥି ସହ ୪ମୋବାଇଲ ଏବଂ ୪ଟି ବାଇକ ମଧ୍ୟ ପୋଲିସ ଜବତ କରିଛି।  

 ଗଞ୍ଜାମ ଏସ ପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଆଇଆଇସି ନିରୋଦ କୁମାର ଦାସଙ୍କ ନେତୃତ୍ୱରେ ଆରଟିଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଦଲାଲମାନେ ଆରଟିଓ କାର୍ଯ୍ୟାଳୟକୁ ଆସିଥିବା ସାଧାରଣ ଲୋକଙ୍କ ସହ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାମ ପାଇଁ କଥାବାର୍ତ୍ତା ହେଉଥିବା ବେଳେ ଚଢ଼ାଉ କରାଯାଇଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମିଳନୀ ରେ ସେକେଣ୍ଡ ଅଫିସର ବିଶ୍ୱଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ଆହୁରି ପଢନ୍ତୁ : ପୁଣି ଆପାର୍ଟମେଣ୍ଟରେ ବୁଲିଲା କଳାକନା : ବଦ୍ରୀନାଥ ଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଘରୁ ଚୋରି

Copyright © 2022 - Summa Real Media Private Limited. All Rights Reserved.