ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆହୁରି କଲବଲ କରିବ ତାତି, ୨୫ ପରେ ୪୬ ଡିଗ୍ରୀ ଟପିବ

ଭୁବନେଶ୍ୱର, ୨୦।୪: ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ଡିଗ୍ରୀ ଟପିଛି ତାତି । ଶନିବାର ଶିଖର ଛୁଇଁଲା ବୌଦ୍ଧ ଓ ବାରିପଦାରେ ତାତି । ବୌଦ୍ଧରେ ସର୍ବାଧିକ ୪୫.୨ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିଭଳି ବାରିପଦାରେ ମଧ୍ୟ ୪୫.୨ଡିଗ୍ରୀ ରହିଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ଲୋକଙ୍କୁ କଲବଲ କରୁଛି । ଅତି ଭୀଷଣ ଗ୍ରୀଷ୍ମପ୍ରବାହ (ସିଭିୟର ହିଟ୍‌ୱେଭ) ବହିବ । କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଢେଙ୍କନାଳ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ ଗ୍ରୀଷ୍ମଲହରୀ ଜାରି ରହିବ । ପାଣିପାଗ ବିଭାଗ କହିଛି, ୨୧ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ୨୪ ତାରିଖ ଯାଏ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ୨୧ରୁ ୨୪ ଯାଏ ତାତିରେ ସାମାନ୍ୟ ବ୍ରେକ୍‌ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

୨୧ ଓ ୨୨ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ରହିବ । କିଛି ସ୍ଥାନରେ ୩୬ ଡିଗ୍ରୀରୁ କମ୍‌ ରହିପାରେ । ଏପ୍ରିଲ ୨୬ରୁ ତାତି ଆହୁରି ବଢ଼ିବ । ଅନ୍ୟପଟେ ସୋନପୁର, ସମ୍ବଲପୁର, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଯୋଗୁ ତାତି କମିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.