ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରିକୁ ପଶିଲେ ୪୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲ, ଜନବସତି ଭିତରକୁ ପଶିଆସିବା ଆଶଙ୍କା

ନୀଳଗିରି, ୩୦/୫ : ବାଲେଶ୍ଵର ଜିଲ୍ଲା ନୀଳଗିରିକୁ ପଶିଲେ ଝାଡ଼ଖଣ୍ଡୀ ହାତୀପଲ। ଗୁରୁବାର ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲ, ସୋନନଦୀ ପାର ହୋଇ ଏହି ହାତୀପଲ ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛନ୍ତି। ହାତୀପଲରେ ୪୬ଟି ହାତୀ ଅଛନ୍ତି। ହାତୀଗୁଡିକ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି।

ଏବେ ଧାନ ଚାଷ ନଥିବାରୁ ହାତୀପଲ ଗାଁକୁ ପଶି ବ୍ୟାପକ ଉପଦ୍ରଵ କରିବେ ବୋଲି ଜଣାପଡିଛି। ସେପଟେ ହାତୀଙ୍କ ରକ୍ଷା ପାଇବା ପାଇଁ ଲଗାଯାଇଥିବା ସୋଲାର ଫେନ୍ସି ତାର ଛିଣ୍ଡି ତଳେ ପଡିଥିବା ବେଳେ ଟ୍ରେଞ୍ଜ୍ ମଧ୍ୟ ବହୁ ସ୍ଥାନରେ ପୋତି ହୋଇଗଲାଣି। ଏଭଳି ପରିସ୍ଥିତିରେ ହାତୀପଲ ଗାଁକୁ ପଶିବା ଭୟ ରହିଛି। ଘରଦ୍ୱାର ଭାଙ୍ଗିବା ସହ ଧନଜୀବନ ହାନି ଆଶଙ୍କା କରି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ନୀଳଗିରି ବନବିଭାଗ ଗାଁରେ ସଚେତନ କରୁଥିବା ବେଳେ ଘରେ ହାଣ୍ଡିଆ, ମଦ ରଖିବାକୁ ବାରଣ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.