ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସସିବି ମେଡିକାଲରୁ ୫ ଦଲାଲ ଗିରଫ, ଘରୋଇ ମେଡିକାଲକୁ ରୋଗୀ ଚାଲାଣ କରିବା ବେଳେ ଧରାପଡ଼ିଲେ

କଟକ, ୦୮/୦୨ : କଟକ ଏସସିବି ମେଡିକାଲରୁ ୫ ଦଲାଲ ଗିରଫ। ମଙ୍ଗଳାବାଗ ଥାନା ପୋଲିସ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସସିବିରୁ ଘରୋଇ ମେଡିକାଲକୁ ରୋଗୀ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ଡ୍ରାଇଭର ଓ ଠିକା ମେଡିକାଲ୍ କର୍ମଚାରୀ ଥିବା ସୂଚନା ମିଳିଛି।

ଏସସିବି ମେଡିକାଲକୁ ବିଭିନ୍ନ ଅଞ୍ଚଳରୁ ରୋଗୀ ଚିକିତ୍ସା ପାଇଁ ଧାଇଁ ଆସିଥାନ୍ତି। କିନ୍ତୁ ଏଠାରେ ଦଲାଲଙ୍କ କବଜାରେ ପଡି ହଇରାଣ ହୋଇଥାନ୍ତି। ଏପରିକି ଗରିବ ଲୋକମାନେ ଦଲାଲଙ୍କ ଦ୍ବାରା ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି। ଏଥିପାଇ ଏସସିବି ପରିସରକୁ ଦଲାଲମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି କ୍ରମରେ ଆଜି ୫ ଦଲାଲ ଗିରଫ ହୋଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.