ଅନୁଗୁଳ,୩।୪ : ଅନୁଗୋଳ ତଳମୂଳ ପାଟଣାସାହିରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଅନୁଗୋଳ ତଳମୂଳ ପାଟଣାସାହିର ସର୍ବେଶ୍ବରଙ୍କ ଘରେ ରୋଷେଇ କରୁଥିବା ସମୟରେ ପାଇପରେ ନିଆଁ ଲାଗିବା ପରେ ଗ୍ୟାସ ଟାଙ୍କି ଫାଟି ଥିଲା। ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ସର୍ବେଶ୍ବର ଓ ତାଙ୍କ ପତ୍ନୀ ସୁମିତ୍ରା, ଝିଅ ରଞ୍ଜିତ, ବାବୁଲା ସାହୁ ଓ ତାଙ୍କ ସ୍ତ୍ର ତପସ୍ବିନୀ ସାହୁ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଅନୁଗୋଳ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।