ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁଶୁଡ଼ିଲା ନିର୍ମାଣାଧୀନ ୫ ମହଲା କୋଠାର ଅଂଶ, ୨ ଜଣଙ୍କ ମୃତ୍ୟୁ, ଭଗ୍ନାଂଶ ତଳେ ୫ ଜଣ ଫସିଥିବା ଆଶଙ୍କା

କୋଲକାତା, ୧୮/୦୩: ବିଳମ୍ବିତ ରାତିରେ ଅଘଟଣ । ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଅଂଶ । ପଶ୍ଚିମବଙ୍ଗର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ କୋଠାର ଏକ ଅଂଶ ଭୁଶୁଡ଼ି ଯାଇଛି । ରାତି ପ୍ରାୟ ୧୨ଟା ୧୦ ସମୟରେ କୋଠାର ଏକ ଅଂଶ ଭୁଶୁଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ୍ ବୋଷ ।

ପୋଲିସ ଅନୁସାରେ, ସମା ବେଗମ (୨୭) ଓ ହସିନା ଖାତୁନ୍ (୫୫)ଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ନର୍ସିଂ ହୋମରେ ୧୦ ଜଣ ଏବଂ ଏସଏସକେଏମ୍ ହସ୍ପିଟାଲରେ ୫ ଜଣଙ୍କୁ ଭର୍ତ୍ତି କରାଯାଇଛି । କୋଠାର ଭଗ୍ନାଂଶ ତଳେ ଆହୁରି ୫ରୁ ୬ ଜଣ ଫସିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ସହ ଓଡ୍ରାଫ୍ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ରେସ୍କ୍ୟୁରେ ନିୟୋଜିତ ଅଛନ୍ତି ।

ରାତି ପ୍ରାୟ ୧୨ଟା ୧୦ ସମୟରେ ନିର୍ମାଣାଧୀନ କୋଠାର ଏକ ପାର୍ଶ୍ୱ ନିକଟରେ ଥିବା ଝୁଗି ବସ୍ତି ପଟକୁ ଭୁଶୁଡ଼ି ପଡ଼ିଥିବା ପୋଲିସ କହିଛି । ତେବେ ବିଳମ୍ବିତ ରାତିରେ ଅଘଟଣ ଘଟିଥିବାରୁ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବିଲ୍ଡିଂ ଭୁଶୁଡ଼ିବା ପରେ ବେଆଇନ୍ ନିର୍ମାଣ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.