ଭୁବନେଶ୍ଵର, ୦୩/୧୧ : ଧରାପଡ଼ିଲେ କୋଟିପତି ଆସିଷ୍ଟାଣ୍ଟ ଇଞ୍ଜିନିୟର। ଅଚଳାଚଳ ସମ୍ପତ୍ତିର ମାଲିକ ସାଲେପୁର ସବ୍ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅର୍ଜୁନ କୁମାର ସାହୁ। ଘରୁ ନଗଦ ୫ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ କଲା ଭିଜିଲାନ୍ସ। ଏହା ସହ ତାଙ୍କ ନାମରେ ୨୧ଟି ପ୍ଲଟ, ୮୮ ଲକ୍ଷ ୨୬ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩ଟି ଚାରି ଚକିଆ ଗାଡି ଓ ୪ଟି ୨ ଚକିଆ ଗାଡି ରହିଛି।
ଅର୍ଜୁନ ସାହୁଙ୍କର ଭୁବନେଶ୍ଵର ଖଣ୍ଡଗିରି ବିହାର ସ୍ଥିତ ୧ କୋଟି ଟଙ୍କାର ତିନି ମହଲ ବିଶିଷ୍ଟ ଘର, କେନ୍ଦ୍ରାପଡ଼ାରେ ଏକ ମହଲା ବିଶିଷ୍ଟ ଘର ଥିବା ଚଢାଉ ବେଳେ ଜଣାପଡ଼ିଛି। ଏତଦ୍ ବ୍ୟତୀତ ପୋଷ୍ଟାଲରେ ସେଭିଂ ଓ ଇନସୁରାନ୍ସ ରହିଛି। ଭିଜିଲାନ୍ସ ଟିମ୍ ଏବେ ଚଢାଉ ଜାରି ରଖିଛି।