ପ୍ରମୂଖ ଖବର

ଜୁଆ ଆଡ୍ଡାରେ ଚଢ଼ାଉ : ୬ ଗିରଫ, ୪୮୩୦୦ଟଙ୍କା ଜବତ

ମାଲକାନଗିରି,୮/୨ :  ମାଲକାନଗିରି ଥାନା ପୁଲିସ  ବୁଧବାର ରାତିରେ ଜୁଆ ଆଡା ଉପରେ ଚଢ଼ାଉ କରି ୬ଜଣ ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୮୩୦୦ଟଙ୍କା ଜବତ କରିଛି।

ସବଇନ୍ସପେକ୍ଟର ପ୍ରଭାତ ଗୌଡ଼ ଙ୍କ ନେତୃତ୍ୱ ରେ ପୁଲିସ ଟିମ   ରାତ୍ର ପାଟ୍ରୋଲିଂ କରୁଥିଲେ।  ଏମଭି ୭ ଗ୍ରାମ ବଜାର ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇ ଚଢାଉ କରିଥିଲେ।  ମଣ୍ଡପ ନିକଟରେ ଟଙ୍କା ବେଟିଂ କରି ଜୁଆ ଖେଳୁଥିଲେ।  ପୋଲିସକୁ ଦେଖି ସେମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । କିନ୍ତୁ ଘଟଣା ସ୍ଥଳରେ୬ ଜଣଙ୍କୁ ଗିରଫ କରି ଥିଲେ।  ସେମାନେ ହେଲେ ସୁଧରାମ ମଣ୍ଡଳ (୪୦), ବିରଧର ମାଡକାମୀ(୪୨),ଦେବା କାୱାସୀ (୩୫), ମଣିନ୍ଦ୍ର ଦେ (୪୨) , ବିଜାନ୍ ମାଲି (୩୫),  ଦିଲୀପ ଭକ୍ତ   ।  ସେମାନଙ୍କ ଠାରୁ ଖୁଡ଼ଖୁଡି,   ଡ଼ାଇସ୍ ମିଳିଥିଲା।  ଗୋଟିଏ ମ୍ୟାଟ୍ , ଗୋଟିଏ ବାଉଁଶ ବାସ୍କେଟ୍ ଏବଂ ନଗଦ୪୮୩୦୦ ଟଙ୍କା ପୁଲିସ ଜବତ କରିଛି।

ଆହୁରି ପଢନ୍ତୁ : ଚାଷୀଙ୍କୁ ମୋବାଇଲ ସୂଚନା ଦେବା ବନ୍ଦ କଲେ କୃଷି କର୍ମଚାରୀ, ୧୩ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.