ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପହିଲାରୁ ଲାଗୁ ହେବ ୬ ନୂଆ ନିୟମ, ସିଧାସଳଖ ଲୋକଙ୍କ ଦୈନଦିନ ଜୀବନକୁ କରିବ ପ୍ରଭାବିତ

Published By : Prameya | January 29, 2024 2:44 PM

ନୂଆଦିଲ୍ଲୀ ୨୯/୦୧: ଫେବ୍ରୁଆରୀରୁ ଲାଗୁ ହେବାକୁ  ଯାଉଛି ୬ ନୂଆ ନିୟମ । ଏହା  ସିଧାସଳଖ ଲୋକଙ୍କ ଦୈନଦିନ ଜୀବନକୁ ପ୍ରଭାବିତ କରିବ । ଏହାକୁ ଦେଖିଲେ କିଛି  ଜରୁରୀ କାମ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ହେବ । ପରିବର୍ତ୍ତନ ହେବାକୁ ଥିବା ନିୟମ ମଧ୍ୟରେ ଏନ୍‌ପିଏସ୍‌ଠାରୁ ଆରମ୍ଭ କରି ଫାଷ୍ଟ୍ୟାଗ ରହିଛି ।   

ଏନ୍‌ପିଏସ୍‌ ଆଂଶିକ ଉଠାଣ ଏନପିଏସ୍‌ ପାଣ୍ଠିର ଆଂଶିକ ଉଠାଣ ସମ୍ପର୍କରେ ପିଏଫ୍‌ଆର୍‌ଡିଏ ନିକଟରେ  ଏକ ସର୍କୁଲାର ଜାରି କରିଛି । ନୂଆ ନିୟମ  ଫେବ୍ରୁଆରୀ ପହିଲାରୁ ଲାଗୁ ହେବାକୁ  ଯାଉଛି । ଏନ୍‌ପିଏସ୍‌ ଆକାଉଣ୍ଟଧାରୀ  ନିଜର ବ୍ୟକ୍ତିଗତ ପେନସନ ଖାତାରୁ ନିଯୁକ୍ତିଦାତାଙ୍କ ଯୋଗଦାନ ବାବଦ ୨୫%  ଉଠାଣ କରିପାରିବେ । ଉଠାଣ ଅନୁରୋଧ ମିଳିବା ପରେ ସରକାରୀ ନୋଡାଲ  କାର୍ଯ୍ୟାଳୟ ପ୍ରକ୍ରିୟା ତ୍ୱରାନ୍ୱିତ କରିବ । ଯାଞ୍ଚ ପରେ ଆଂଶିକ ଉଠାଣ ପ୍ରୋସେସ୍‌ ହୋଇପାରିବ । ଆଇଏମ୍‌ପିଏସ୍‌ ଫେବ୍ରୁଆରୀ ପହିଲାରୁ ବିନା  କୌଣସି ହିତାଧିକାରୀଙ୍କ ନାମ ଯୋଡି  ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା  ପଠାଇପାରିବେ ଗ୍ରାହକ । ଗତ ବର୍ଷ  ଅକ୍ଟୋବର ୩୧ରେ ଏନ୍‌ପିସିଆଇ ଏ  ସମ୍ପର୍କିତ ସର୍କୁଲାର ଜାରି କରିଥିଲା ।  ହିତାଧିକାରୀଙ୍କ ଫୋନ ନମ୍ବର ଏବଂ ବ୍ୟାଙ୍କ  ଆକାଉଣ୍ଟ ଦେଇ ଟଙ୍କା ପଠାଯାଇପାରିବ ।  

ଏସ୍‌ବିଆଇ ହୋମ୍‌ ଲୋନ ଏସ୍‌ବିଆଇ ସ୍ୱତନ୍ତ୍ର ବାସଗୃହ  ଋଣ ଅଭିଯାନ ଚଳାଇଛି । ଏଥିରେ  ବ୍ୟାଙ୍କର ଗ୍ରାହକ ବାସଗୃହ ଋଣ ଉପରେ  ୬୫ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ରିହାତି  ପାଇପାରିବେ । ପ୍ରୋସେସିଂ ଦେୟ ଏବଂ  ଘର ଋଣ ରିହାତି ପାଇବା ଶେଷ ତାରିଖ  ଚଳିତ ମାସ ୩୧ ରହିଛି । ଏହି ରିହାତି  ସବୁ ବର୍ଗର ବାସଗୃହ ଋଣ ପାଇଁ ପ୍ରଯୁଯ୍ୟ ।  ପଞ୍ଜାବ ଆଣ୍ଡ୍‌ ସିନ୍ଧ୍‌ ବ୍ୟାଙ୍କ ଏଫ୍‌ଡି ପଞ୍ଜାବ ଆଣ୍ଡ୍‌ ସିନ୍ଧ୍‌ ବ୍ୟାଙ୍କ ଗ୍ରାହକ  ଧନଲକ୍ଷ୍ମୀ ୪୪୪ ଦିନ ଏଫ୍‌ଡି ସୁବିଧାର ଫାଇଦା ୨୦୨୪ ୩୧ ଜାନୁଆରୀ ଯାଏ ଉଠାଇପାରିବେ ।  ଫାଷ୍ଟ୍ୟାଗ କେୱାଇସି ୩୧ ଜାନୁଆରୀ ସୁଦ୍ଧା ଫାଷ୍ଟ୍ୟାଗ  କେୱାଇସି ଅପଡେଟ୍‌ କରାଇନେବା  ଜରୁରୀ । ଏହା ନ କଲେ ଫେବ୍ରୁଆରୀ  ପହିଲାରୁ ଫାଷ୍ଟ୍ୟାଗ ବ୍ଲାକଲିଷ୍ଟ କିମ୍ବା ବ୍ୟାନ  ହୋଇଯିବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.