ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ମାଥିଲିରେ ବ୍ୟାପୁଛି ଝାଡାବାନ୍ତି : ୭ ଦିନରେ ୬ ମୃତ, ୩୦ ଆକ୍ରାନ୍ତ

ମାଲକାନଗିରି/ମାଥିଲି, ୧୪/୯:  ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦୁର୍ଗମ ଗ୍ରାମରେ ଝାଡାବାନ୍ତି ଥମିବାର ନା ଧରୁନାହିଁ । ଝାଡାବାନ୍ତିରେ ଗତ ୭ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା  ବେଳେ  ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ  ହୋଇଛନ୍ତି। ଜିଲ୍ଲା ହସ୍ପିଟାଲ ଓ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଝାଡାବାନ୍ତି ଆକ୍ରାନ୍ତ ଗାଁ ରେ ପହଞ୍ଚି ରକ୍ତ ନମୂନା, ପାଣି ଓ ଖାଦ୍ୟ ସଂଗ୍ରହ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। 

 ମାଥିଲି ବ୍ଲକ ଅଟଳଗୁଡା, ବାରା, ତୁଳସୀ ଗାଁ ରେ ଗତ ଚାରିଦିନ ତଳେ ୫ଜଣ ଙ୍କର ମୃତ୍ୟୁ ଘଟିଥିଲା।  ପୁଣି ଲୁଲେର ଗ୍ରାମରେ ଶୁକ୍ରବାର ମଧ୍ୟ ରାତ୍ରରେ ଆଉ ଜଣେ ମହିଳାଙ୍କର ଝାଡାବାନ୍ତିରେ  ମୃତ୍ୟୁ ଘଟିଛି। ଫଳରେ  ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।  ଲୁଲେର ଗ୍ରାମର ସୁବର୍ଣ୍ଣା ନାୟକ (୩୫) ଶୁକ୍ରବାର ସକାଳେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମଧ୍ୟରାତ୍ରରେ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଏହି ଗାଁରେ ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ଘଟିଛି।  ଏହି ଲୁଲେର ଗାଁରେ ଏବେ ସୁଦ୍ଧା ପ୍ରାୟ ୮ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ହସ୍ପିଟାଲ ଓ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେହିପରି ବାରା, ତୁଳସୀ, ଅଟଳଗୁଡା ଗ୍ରାମରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗୁଛି। ଏହି ସବୁ ଗ୍ରାମରେ ଝାଡାବାନ୍ତି ରୋଗ ବ୍ୟାପିବା ଦେଖି ଗ୍ରାମବାସୀ ଭୟଭୀତ ହୋଇ କେତକ ଡ଼ୁମା ବାଡ଼ି ବୁଢ଼ୀ ରାଗିଛି ବୋଲି. ଦିଶାରୀ ଗୁଣିଆଙ୍କ ନିକଟକୁ ଯାଇ ପୂଜା ପାଠ ଆରମ୍ଭ କରିଦେଇଛନ୍ତି।

 ଏ ନେଇ  ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧୁକାରୀ ଡାକ୍ତର ଧନେଶ୍ଵର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ,  ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏମ ଏମ ହୁସେନ, ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ରାଜଙ୍କ ନେତୃତ୍ୱ ରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କିଆଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ  ଗତ ଦୁଇଦିନ ହେଲା ଦୁର୍ଗମ ଅଞ୍ଚଳରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ପୁର୍ବ ଅପେକ୍ଷା ଝାଡାବାନ୍ତି ବର୍ତ୍ତମାନ ନିୟନ୍ତ୍ରଣ ହେବାରେ ଲାଗିଛି । ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା କରାଯିବା ସହିତ, ଆକ୍ରାନ୍ତଙ୍କ ରକ୍ତ ଓ ମଳ, ମୂତ୍ର ନମୁନା ଏବଂ ପାନୀୟ ଜଳ, ଖାଦ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

 ଗ୍ରାମବାସୀ ବଣୁଆ  ଛତୁ ସଂଗ୍ରହ କରି ତରକାରୀ ଭାବେ ବ୍ୟବହାର କରିଥିବାରୁ ତାହା ଫୁଡ ପଏଜନିଂ ହେବାରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯଉଛି। ଆକ୍ରାନ୍ତ ମାନଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମାଲକାନଗିରି ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରା ଯାଇଛି। ବର୍ଷାରେ କିଛି ଗ୍ରାମ ରାସ୍ତା କାଦୁଅ ପାଣିରେ ଭର୍ତ୍ତି ହୋଇଛି। ସେ ଗ୍ରାମ ଗୁଡିକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଯାଇ ପାରୁ ନାହିଁ।  ରୋଗୀମାନେ ଡାକ୍ତର ଖାନା ଆସିପାରୁନାହାନ୍ତି। ସେ ଗ୍ରାମକୁ ଆମର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାର୍ଡି କର୍ମୀ ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଜିଲ୍ଲା ହେର୍ଡ କ୍ଵାଟରରୁ ଘାଟି ଉପର ଦୁର୍ଗମ ଅପହଞ୍ଚ ତୁଳସୀ ଗ୍ରାମକୁ ଯାଇଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ମୋବାଇଲ ଫୋନ ଲାଗୁ ନଥିବାରୁ ସଠିକ ବିବରଣୀ ହସ୍ତଗତ ହୋଇପାରିନଥିବା  ସିଡିଏମଓ ଡାକ୍ତର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.